ବିଜେପିରେ ଯୋଗ ଦେଲେ ନୟାଗଡ଼ କଂଗ୍ରେସର ଜିଲ୍ଲା ସଭାପତି ଲାଲା ମନୋଜ ରାୟ

38

କନକ ବ୍ୟୁରୋ : ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ନୟାଗଡ଼ କଂଗ୍ରେସର ଜିଲ୍ଲା ସଭାପତି ଲାଲା ମନୋଜ ରାୟ । ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟକୁ କର୍ମୀ ସମ୍ଭାଳି ପାରିନଥିବାରୁ ସେ ବିଜେପିରେ ଯୋଗଦାନ କରିଥିବାର କହିଛନ୍ତି । ଅନ୍ୟପଟେ କଂଗ୍ରେସର ହାତ ଛାଡିଥିବାରୁ କଂଗ୍ରେସ ନେତା କିନ୍ତୁ ଲାଲାଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି ଚର୍ଚ୍ଚା ଜୋର ଧରିଛି ଲାଲା ତାଙ୍କ ପତ୍ନୀଙ୍କୁ ନୟାଗଡ଼ରୁ ବିଧାୟକ କରାଇବା ଆଶାରେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ଲାଲାଙ୍କ ରେକର୍ଡକୁ ଦେଖିଲେ ଜଣାଯାଏ ଯେ ୨୦୦୯ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବରେ ଲଢିଥିବା ଲାଲା ମାତ୍ର ୩୭୦୦ ଭୋଟ ପାଇଥିଲେ । ସେହିପରି ପରବର୍ତ୍ତୀ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହିସାବରେ ପାଇଥିଲେ ୫୫ ହଜାରରୁ ଅଧିକ ଭୋଟ । ତଥାପି ମଧ୍ୟ ବିଧାୟକ ଅରୁଣଙ୍କ ଠାରୁ ୨୦ ହଜାର ଭୋଟ ପଛରେ ରହିଥିଲେ ଲାଲା । ଅନ୍ୟପଟେ ଲାଲାଙ୍କ ଯୋଗଦାନ ବିଜେପିକୁ କ୍ଷତି ପହଂଚାଇବ ବୋଲି କହିଛନ୍ତି ଉଭୟ ବିଜେଡ଼ି ନେତା ।

ଅଣକଂଗ୍ରେସ ଗଡ଼ରେ ୫୫ ହଜାର କଂଗ୍ରେସ ଭୋଟ ପାଇଥିବା ଲାଲା ନିଜ ସାଙ୍ଗରେ ବିଜେପିକୁ କେତେ ଭୋଟ ନେବେ ତା ଉପରେ ସମସ୍ତଙ୍କ ନଜର ।