ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତନ ପରେ ରାଜ୍ୟ କଂଗ୍ରେସ ଚଳଚଂଚଳ ! ଏଆଇସିସି ନିଷ୍ପତିକୁ ସ୍ୱାଗତ କଲେ ବରିଷ୍ଠ ନେତା । କହିଲେ,ଜିତେନ୍ଦ୍ରଙ୍କୁ ଦାୟିତ୍ୱ ପରେ ସୁଦୃଢ ହେବ ଦଳ

28

କନକ ବ୍ୟୁରୋ: ବହୁ ବାଦ ବିବାଦ ପରେ ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତନ ପରେ ଏହାକୁ ସ୍ୱାଗତ କରିଛନ୍ତି ରାଜ୍ୟ କଂଗ୍ରେସ ନେତା । ବିକେ ହରିପ୍ରସାଦଙ୍କ ସ୍ଥାନରେ ଜୀତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କଂଗ୍ରେସ ପୁଣି ସୁଦୃଢ ହେବ । ଏବଂ ଖୁବ ଶୀଘ୍ର ପିସିସ ସଭାପତିି ମଧ୍ୟ ପରିବର୍ତନ କରାଯିବ ବୋଲି ଆଶା ରହିଥିବା କହିଛନ୍ତି ପ୍ରଫୁଲ୍ଲ ମାଝୀ ।

tara bahinipati

ସେହିପରି ଜୀତନ୍ଦ୍ରେ ସିଂହଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ପରେ ଦଳ ସଂଗଠିତ ହେବ ବୋଲି କହିଛନ୍ତି ତାରାବାହିନୀ ପତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ମଧ୍ୟ ପରିବର୍ତନ ହେବେ ବୋଲି ତାରା କହିଛନ୍ତି । ୫ ବର୍ଷ ଧରି ଦଳର ପ୍ରଭାରୀ ରହିଥିବା ବି.କେ ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି । ବିଜେପୁର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା । ବି.କେ ହରିପ୍ରସାଦଙ୍କ ବିରୋଧରେ ମଧ୍ୟ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।