ବ୍ରହ୍ମଗିରି : ପ୍ରଚାର ମୈଦାନରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା

63

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପ୍ରଚାର ସେତିକି ସରଗରମ ହୋଇ ଉଠୁଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ଓହ୍ଲାଇ ଭୋଟ ମାଗୁଛନ୍ତି । ଆଜି କଂଗ୍ରେସର ୨୯ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ପ୍ରଚାର ମୈଦାନକୁ ଷ୍ଟାର କ୍ୟାମ୍ପେନର ଭାବେ ଓହ୍ଲାଇଛନ୍ତି ଉପାସନା ମହାପାତ୍ର ।

ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଓ ଝିଅ ଉପାସନା ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ତିନି ଦିନ ତଳେ ଏହି ଜୋନ ପାଇଁ ବିଜେଡି ପ୍ରାର୍ଥୀ ପାଇଁ ମନ୍ତ୍ରୀ ସଂଜୟ ଦାସ ବର୍ମା ପ୍ରଚାର କରି ଯାଇଛନ୍ତି । ଏବେ ୨୯ ନମ୍ବର ଜୋନରେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ପ୍ରଚାର ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :