ପରଲୋକରେ ହାସ୍ୟ ଅଭିନେତା ତାରକ ସାହା

44

କନକ ବ୍ୟୁରୋ : ପରଲୋକରେ ହାସ୍ୟ ଅଭିନେତା ତାରକ ସାହା । ଗତକାଲି କଟକ ସେଲଟରଛକ ବଙ୍ଗାଳିସାହି ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଓଡିଆ ମଂଚ, ଚଳଚ୍ଚିତ୍ର ଓ ଟେଲିଭିଜନ୍ ଜଗତର ଜଣାଶୁଣା ହାସ୍ୟ ଅଭିନେତା ଥିଲେ ତାରକ ।

ଅନ୍ନପୂର୍ଣା ସ୍ମୃତି ନାଟ୍ୟ ସଂସଦର କଳାକାର ଭାବେ ଜାତୀୟ ସ୍ତରର ବିଭିନ୍ନ ନାଟ୍ୟ ମହୋତ୍ସବରେ ସେ ଓଡିଶାକୁ ପ୍ରତିନିଧିତ୍ୱ କରିବା ସହ ପୁରସ୍କୃତ ହୋଇଛନ୍ତି । ଟିଭି ଧାରାବାହିକ ‘କହୁଥିଲେ ସରିବନି’, ‘ମା’, “ଅବୋଲକରା କଥା’, “ପ୍ରତିଭା’ “ମଳୟ’ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ତାରକ । ଏହା ବ୍ୟତୀତ ୪ଟି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି ।