ଛାତ୍ର ସଂସଦ ନିର୍ବାଚନ ! କେଉଁଠି ତାତି ତ କେଉଁଠି ଶାନ୍ତି

48

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନରେ ଅଶାନ୍ତି ଦେଖାଦେଲେ ନିର୍ବାଚନକୁ ବନ୍ଦ କରିବା ଓ କ୍ୟାମ୍ପସକୁ ଖାଲି କରିବାର ଅନେକ ନଜୀର ରହିଛି । ବିଗତ ଦିନ ମାନଙ୍କରେ ବିଜେବି ଓ ବାଣୀବିହାରରେ ଏ ଚିତ୍ର ବି ଦେଖିବାକୁ ମିଳିଥିଲା । ତେବେ ଛାତ୍ର ସଂସଦ ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ହେଲେ କ୍ୟାମ୍ପସର ସୁରକ୍ଷା ପାଇଁ ଅଧ୍ୟକ୍ଷଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତଥାପି ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜଧାନୀର ବିଭିନ୍ନ କଲେଜରେ ଦେଖାଦେଇଛି ପ୍ରାକ ନିର୍ବାଚନୀ ହିଂସା ।

ଗତବର୍ଷ ନିର୍ବାଚନ ହୋଇ ନ ଥିବା ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ବିଜେଡି ଓ ଏବିଭିପି ମଧ୍ୟରେ ଲଢ଼େଇ ହେବ। ଯେଉଁଥିପାଇଁ କ୍ୟାମ୍ପସରେ ନିର୍ବାଚନୀ ତାତି ବଢ଼ିବାରେ ଲାଗିଛି। ଦୁଇଟି ଯାକ ଛାତ୍ର ସଙ୍ଗଠନ ଛାତ୍ରଛାତ୍ରୀଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଥିବା ବେଳେ କାଦୁଅ ଫିଙ୍ଗା ରାଜନୀତି ଏବେଠାରୁ ଦେଖିବାକୁ ମିଳିଛି। ଗତକାଲି ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ମଲ୍ଲିକ ସମିମ୍ ଅଖତରଙ୍କ ବ୍ୟାନର ଚିରା ହୋଇଥିବାରୁ ଆଜି ସେ ଥାନାରେ ଏତଲା ଦେଇଛନ୍ତି। ବିରୋଧୀ ସଙ୍ଗଠନର ସଦସ୍ୟମାନେ ଏଭଳି କାଣ୍ଡ ଘଟାଇଥିବା ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି।

କ୍ୟାମ୍ପସରେ ସାମ୍ପ୍ରଦାୟିକତାବାଦ ଆକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ସେଲ୍ଫ ଫାଇନାନ୍ସିଂର ଜଣେ ଛାତ୍ର ସମିମ୍ଙ୍କୁ ଆକ୍ଷେପ କରି ବିଭିନ୍ନ ଶବ୍ଦ ପ୍ରୟୋଗ କରିଥିଲେ। ଏନେଇ ସମିମ୍ କଲେଜ କର୍ତୃପକ୍ଷ ଏବଂ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପଦକ୍ଷେପ ନିଆଯାଇଛି। ସେଲ୍ଫ ଫାଇନାନି୍ସଂ ବିଭାଗଗୁଡ଼ିକର ଛାତ୍ରଛାତ୍ରୀଙ୍କୁ କଳା ବିଭାଗ କ୍ୟାମ୍ପସକୁ ବାରଣ କରାଯାଇଛି। ସେହିପରି ଇତିହାସ ବିଭାଗର ସ୍ୱାଗତ ଉତ୍ସବରେ ଆଜି ଦୁଇ ଛାତ୍ରଗୋଷ୍ଠୀର ଛାତ୍ରଛାତ୍ରୀ ମୁହାଁମୁହିଁ ହେବା ସହ ଉଭୟ ପକ୍ଷ ପରସ୍ପର ବିରୋଧରେ ବିଷୋଦ୍ଗାର କରିଥିଲେ।

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଛାତ୍ର ବିଜେଡି ଆଜି ଶକ୍ତି ପ୍ରଦର୍ଶନ କରିଛି। ଭଞ୍ଜକଳା ମଣ୍ଡପରେ ଭୋଜିଭାତ ଆୟୋଜନ କରି ସଙ୍ଗଠନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଇଛି। ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଜେନା କହିଛନ୍ତି ଯେ, ବିଜେବି କଲେଜ ପିଲାଙ୍କ ସହ ସଙ୍ଗଠନ ସବୁବେଳେ ରହିଛି। କ୍ୟାମ୍ପସର ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି। ଆହୁରି କିଛି ବାକି ରହିଛି। ସମିମ୍ଙ୍କ ନେତୃତ୍ୱରେ ତାହାକୁ ପୂରଣ କରାଯିବ।

ଶୋଭାଯାତ୍ରାରେ କମ୍ପୁଛି ବାଣୀବିହାର

ଗତକାଲି ଏବିଭିପି କ୍ୟାମ୍ପସରେ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲା। ଆଉ ଆଜି ଛାତ୍ର ବିଜେଡି ବି ନିଜର ପତିଆରା ଜାହିର କରିଛି। ପ୍ରାର୍ଥୀମାନେ କ୍ୟାମ୍ପସ ପରିସରରେ ଶୋଭାଯାତ୍ରା କରିଥିଲେ। ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ଯାଇ ପ୍ରଚାର କରିଥିଲେ। ଜିନ୍ଦାବାଦ୍ରେ ପ୍ରକମ୍ପିତ ହୋଇ ଉଠିଥିଲା କ୍ୟାମ୍ପସ। ଏବେ କେତେକ ପିଜି ବିଭାଗର ପରୀକ୍ଷା ଚାଲିଛି। ୧୨ତାରିଖରେ ପରୀକ୍ଷା ସରିବା ପରେ ଛାତ୍ର ବିଜେଡି, ଏବିଭିପି, ଛାତ୍ର କଂଗ୍ରେସ ଶକ୍ତି ଦେଖାଇବେ ବୋଲି କହିଛନ୍ତି।

ରାଜଧାନୀରେ ବୁଲିଲା ଖଣ୍ଡା

ରାଜଧାନୀ କଲେଜରେ ଆରୋପ, ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ୬ ଦିନ ପରେ କ୍ୟାମ୍ପସରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ଆଶାୟୀ ସଭାପତି ପ୍ରାର୍ଥୀ ରଜତ ପରିଡ଼ାଙ୍କ ବେକରେ ଖଣ୍ଡା ଲଗାଇ ନାମାଙ୍କନପତ୍ର ଦାଖଲ ନ କରିବାକୁ ଧମକ ଦିଆଯାଇଛି। ସଭାପତି ପ୍ରାର୍ଥୀ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ କ୍ୟାମ୍ପନିଂ ସାରି ଅପରାହ୍ଣରେ କଲେଜ ଫାଟକ ସମ୍ମୁଖରେ ଛିଡ଼ା ହୋଇଥିଲେ।

ଏହି ସମୟରେ ବିରୋଧୀ ଗୋଷ୍ଠୀର ୪ ଜଣ ଛାତ୍ର ୩ଟି ଗାଡ଼ିରେ ସେଠାରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ ନ କରିବାକୁ ଧମକ ଦେଇଥିଲେ। ହେଲେ ରଜତ ଧମକରେ ଡରି ନ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିବାରୁ ଗାଡ଼ିରେ ଆସିଥିବା ଯୁବକଙ୍କ ମଧ୍ୟରୁ ଜଣେ ଛାତ୍ର ଖଣ୍ଡା ବାହାର କରି ତାଙ୍କ ବେକରେ ଲଗାଇଥିଲେ। ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଏହି ସମୟରେ ରଜତଙ୍କ କେତେଜଣ ସାଙ୍ଗ ଏବଂ ନୟାପଲ୍ଲୀ ଥାନା ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଆସିଥିବା ଛାତ୍ରଙ୍କୁ ଖଣ୍ଡଗିରି ଥାନାକୁ ନେଇଯାଇଥିଲା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ରଜତ କହିଛନ୍ତି। କିନ୍ତୁ ଏଭଳି ଘଟଣାକୁ ପୁଲିସ ଅସ୍ୱୀକାର କରିଛି। କ୍ୟାମ୍ପସର ଛୋଟ କଥାକୁ ନେଇ ପ୍ରଥମେ ଅପହରଣ ଓ ପରେ ହତ୍ୟା ଧମକ ଭଳି ଗୁଜବ ସୃଷ୍ଟି କରାଯାଉଛି। ଏମିତି ଗୁଜବ କରି ନିର୍ବାଚନୀ ହିଂସା ବଢ଼ାଇବାକୁ ଅପଚେଷ୍ଟା କରାଗଲେ, ନିର୍ବାଚନ ବନ୍ଦ କରାଇବାକୁ ସୁପାରିସ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇ