କୁହୁଡ଼ି ଚାଦର ତଳେ ବାଲିଗୁଡ଼ା, ଦାରିଙ୍ଗବାଡ଼ି ଓ କେନ୍ଦୁଝର ! ୨୬ ବର୍ଷରେ ସର୍ବନିମ୍ନ ତାପମାତ୍ରା

164

କନକ ବ୍ୟୁରୋ : ପ୍ରବଳ ଶୀତରେ ଲୋକେ ଅସ୍ତବ୍ୟସ୍ତ । ରାତି ଯେତିକି ବଢୁଛି ଥଣ୍ଡା ସେତିକି ବଢୁଛି ।  ଚଳିତବର୍ଷ ଦାରିଙ୍ଗବାଡିରେ ସର୍ବନିମ୍ନ ୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଟୁଇନସିଟି କଟକ ଭୁବନେଶ୍ୱର ସମେତ ୧୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି ।ଫୁଲବାଣୀ, କେନ୍ଦୁଝର, ଅନୁଗୁଳ, ସୋନପୁର, କଳାହାଣ୍ଡିରେ ସ୍ଥିତି ଅସମ୍ଭାଳ । ଡିସେମ୍ବର ମାସରେ ତାପମାତ୍ରା ଏତେ କମ ରହିବା ରେକର୍ଡ ବୋଲି କୁହାଯାଉଛି । ଦାରିଙ୍ଗିବାଡି ଓ କେନ୍ଦୁଝରରେ ତୁଷାରପାତ ହୋଇଛି ।

Source:
im.rediff.com

କଟକ ଓ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରିରେ ପହଂଚିଛି । ଏହା ୨୬ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଏବଂ ଆସନ୍ତାକାଲି ସମଗ୍ର ଓଡିଶା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ପରିସ୍ଥିତି ଉପରେ ନଜର ରଖିବା ପାଇଁ କୁହାଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ଶୀତ ଲହରି ଓଡିଶାକୁ ମାଡି ଆସିବାର ଆଶଙ୍କା ରହିଛି ।

ଜାଡ ଥରେଇ ଦେଉଛି ହାଡ । କିଛି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଦାରିଙ୍ଗିବାଡି, ଫୁଲବାଣୀ ଓ ରାଇକିଆରେ ଲୋକେ ଅସ୍ତବ୍ୟସ୍ତ ହୋଇଗଲେଣି । ପାଣିରେ ହାତ ମାରିବା ସମ୍ଭବ ହେଉନାହିଁ । ଗଛପତ୍ରରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଗାଡି ମୋଟର ଉପରେ ମଧ୍ୟ ଧଳାଚଦର ଘୋଡେଇ ହେବା ପରି ମନେହେଉଛି । ପାରଦ କମି କମି ଯାଉଛି, ଶୀତ ବଢି ବଢି ଯାଉଛି । ପୂର୍ବବର୍ଷମାନଙ୍କ ତୁଳନାରେ ପରି ଶୀତର ପ୍ରକୋପ ବଢିଛି । ପ୍ରବଳ ଥଣ୍ଡାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଜାଡର ପ୍ରଭାବରେ ସାଧାରଣ ଜୀବନ ଯାତ୍ରା କଷ୍ଟକର ହୋଇପଡିଛି ।