ଶୀତଳ ଯୁଦ୍ଧ ସଙ୍କେତ ! ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ

81

କନକ ବ୍ୟୁରୋ: ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ତେବେ ଏହି ମିଳିତ ସମରାଭ୍ୟାସ ୭ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୭ ତାରିଖ ଯାଏଁ ଚାଲିବ । ପ୍ରଥମ ଥର ପାଇଁ ଏହି ମିଳିତ ନୌସେନା ସମରାଭ୍ୟାସରେ ବହୁସଂଖ୍ୟାରେ ଆମେରିକା, ଭାରତ ଓ ଜାପାନର ଯୁଦ୍ଧ ବିମାନ, ହେଲିକପ୍ଟର, ନୌସେନାର ପରମାଣୁ ବୁଡା ଜାହାଜ ଓ ଯୁଦ୍ଧ ଜାହାଜ ସାମିଲ ହୋଇଛନ୍ତି ।

ମାଲାବାର ସମରାଭ୍ୟାସରେ ପ୍ରଥମ ଥର ପାଇଁ ତିନି ଏୟାରକ୍ରାଫ୍ଟ କ୍ୟାରିଅର ଆମେରିକାର ନିମତିଜ୍, ଭାରତର ଆଇଏନଏସ ବିକ୍ରମାଦିତ୍ୟ ଓ ଜାପାନର ଇଜୁମୋ ଏୟାରକ୍ରାଫ୍ଟର କ୍ୟାରିଅର ଯୁଦ୍ଧାଭ୍ୟାସ କରୁଛନ୍ତି । ତେବେ ସିକିମ ସୀମାରେ ଉତ୍ତେଜନା, ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ ଠାବ ଓ ତିଦ୍ଧିତରେ ଡ୍ରାଗନ ସେନାର ସମରାଭ୍ୟାସ । ଏପଟେ ବଙ୍ଗୋପସାଗରରେ ମାଲାବାର ସମରାଭ୍ୟାସ ଏକ ଶୀତଳ ଯୁଦ୍ଧ ଆଡକୁ ସଙ୍କେତ ଦେଉଛି ।