ଥଣ୍ଡାରେ ଥରିବ ଓଡିଶା: ରାଜ୍ୟର ୭ ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ

33

କନକ ବ୍ୟୁରୋ : ଥଣ୍ଡାରେ ଥରିବ ଓଡିଶା । ଆଜିଠୁ ଆହୁରି ୨ ଡିଗ୍ରୀ ଯାଏଁ ଖସିବ ପାରଦ । ଏବେ ରାଜ୍ୟକୁ ଉଭୟ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଛି । ପବନର ବେଗ ଘଂଟାପ୍ରତି ୧୫ କିଲୋମିଟର ରହିଛି । ଏଣୁ ଦୁଇ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ଜାଡ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିିଛି ।

ରାଜ୍ୟର ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେବ । ତାପମାତ୍ରା ୧ ରୁ ୨ ଡିଗ୍ରୀ ଯାଏଁ ହ୍ରାସ ପାଇବ । ଏବେ ରାଜ୍ୟର ୭ ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ କିମ୍ବା ତାଠୁ ତଳେ ରହିଛି । ସବୁଠାରୁ କମ୍ ତାପମାତ୍ରା ୬ ଦଶମିକ ୭ ଡିଗ୍ରୀ ରହିଛି ଫୁଲବାଣୀରେ । ଭୁବନେଶ୍ୱରରେ ତାପମାତ୍ରା ୧୩ ଦଶମିକ ୯ ଡିଗ୍ରୀ ରେକର୍ଡ ହୋଇଛି ।