ଫଣା ଟେକିଲା ୧୦ ଫୁଟର ଅହିରାଜ । ଉଦ୍ଧାରକରି ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ, ଦେଖନ୍ତୁ ଭିଡିଓ

241

କନକ ବ୍ୟୁରୋ : ଉଦ୍ଧାର ହେଲା ୧୦ ଫୁଟର ଅହିରାଜ । କଟକ ଚୌଦ୍ୱାର ନିକଟ ମଙ୍ଗରାଜପୁରରୁ ଅହିରାଜ ସାପ ଉଦ୍ଧାର ହୋଇଛି । ମଙ୍ଗରାଜପୁରର ଏକ ଘରୁ ଏହି ଅହିରାଜ ସାପ ପଶି ଯାଇଥିଲା । ପରିବାର ଲୋକେ ଅହିରାଜ ସାପକୁ ଦେଖି ତୁରନ୍ତ ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ପିପୁଲସ ଫର ଏନିମଲସର କଟକ ସଦର ୟୁନିଟର ଇନଚାର୍ଜ ଶୁଭେନ୍ଦୁ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ଅହିରାଜକୁ ଉଦ୍ଧାର କରିଥିଲେ ।

ତେବେ ଉଦ୍ଧାର ସମୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ନାକେଦମ କରିଥିଲା ଅହିରାଜ । ଆଉ ଉଦ୍ଧାର ସମୟର ପୂରା ଭିଡିଓ କ୍ୟାମେରାରେ କଏଦ ହୋଇଥିଲା । ଉଦ୍ଧାର ସମୟରେ ବାରମ୍ବାର ଫଣା ଟେକିଥିଲା ଅହିରାଜ । ପରେ ସାପଟିକୁ ଉଦ୍ଧାର କରି ବନପାଳଙ୍କ ଉପସ୍ଥିତିରେ ଡମଡମଣି ଜଙ୍ଗଲରେ ଛାଡି ଦିଆଯାଇଛି ।