ଡବାକୁ ଛାଡି ଇଞ୍ଜିନ ଛୁ । ତେଲ ଲିକ୍ ହେବାରୁ ଛାଡିଦେଲା ଟ୍ରେନ । ସାରା ରାତି ତେଲ ବୋହିନେଲେ ସ୍ଥାନୀୟ ଲୋକେ

ବାଲେଶ୍ୱର ବାହନଗା ଷ୍ଟେସନରେ ତେଲ ଲିକ୍ ହେବାରୁ ଛାଡିଦେଲା ଟ୍ରେନ

167

କନକ ବ୍ୟୁରୋ: ତେଲ ଡବାକୁ ଛାଡି ଟ୍ରେନ ଇଂଜିନ ଛୁ । ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନରୁ । ଗତକାଲି ଏକ ତେଲ ବୋଝେଇ ମାଲବାହୀ ଟ୍ରେନ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାହାନଗା ଷ୍ଟେସନରେ ୨ଟି ଟ୍ୟାଙ୍କର ଛାଡି ଚାଲିଯାଇଥିଲା । ଟ୍ୟାଙ୍କରରୁ ତେଲ ଲିକ୍ ହେଉଥିବାରୁ ଇଂଜିନ ୨ଟିଡବାକୁ ଛାଡି ଦେଇଥିଲେ । ଅନ୍ୟପଟେ ଏହାର ସୁଯୋଗରେ ଷ୍ଟେସନରେ ଥିବା ୨ଟି ଟ୍ୟାଙ୍କରରୁ ଲୋକେ ତେଲ ଲୁଟ୍ କରୁଥିବା ନଜର ଆସିଥିଲା ।

ଗତକାଲି ପାରାଦୀପରୁ ୫୨ଟି ତେଲ ବୋଝେଇ ଟ୍ୟାଙ୍କରକୁ ନେଇ ମାଲବାହୀ ଟ୍ରେନ ବାଲେଶ୍ୱର ସୁବାରାମ ତେଲ ଡିପୋକୁ ଯାଉଥିଲା । କୌଣସି କାରଣରୁ ବାହନଗା ଷ୍ଟେସନରେ ଟ୍ରେନ ଅଟକିବା ପରେ ୨ଟି ଟ୍ୟାଙ୍କରରୁ ତେଲ ଚୋରି ହୋଇଛି । ବାହାନଗା ଷ୍ଟେସନରେ ତେଲ ଟ୍ୟାଙ୍କର ଗୁଡିକ ଥିବା ବେଳେ ଷ୍ଟେସନରେ ସୁରକ୍ଷା ଦାୟିତ୍ୱରେ କେହି ବି ନଥିଲେ । ଯାହାର ଫାଇଦା ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।