ବାଲିଯାତ୍ରାରେ ସିଏମସିର ଚଢାଉ ! ଖାଦ୍ୟଷ୍ଟଲ ଉପରେ ଚଢାଉ ପରେ ୧କ୍ୱିଂଟାଲ ବାସି ଖାଦ୍ୟ ନଷ୍ଟ କଲା ସିଏମସି

28

କନକ ବ୍ୟୁରୋ : କଟକ ବାଲିଯାତ୍ରାରେ ଲାଗିଥିବା ଖାଦ୍ୟ ଷ୍ଟଲ ଗୁଡିକରେ ସିଏମସିର ଚଢାଉ । ରବିବାର ଦିନ ବାଲିଯାତ୍ରାରେ ସିଏମସି ପକ୍ଷରୁ ପ୍ରାୟ ୫୦ରୁ ଅଧିକ ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇ ୧ କ୍ୱିଂଟାଲ ବାସି ଖାଦ୍ୟ ନଷ୍ଟ କରାଯାଇଛି । ଏହାସହ ବାସି ଖାଦ୍ୟ ବିକ୍ରି ନକରିବା ଏବଂ ଧୂଳି ନପଡିବା ପାଇଁ ସ୍ୱଚ୍ଛ ପଲିଥିନ ପକାଇ ଖାଦ୍ୟ ଘୋଡାଇ ରଖିବାକୁ ସ୍କ୍ୱାଡ ପକ୍ଷରୁ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି । ତେବେ ଆଜିଠାରୁ ଏଡି କଟକଣା ପାଳନ କରୁନଥିବା ଷ୍ଟଲ ଗୁଡିକରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।