ଯାଜପୁରରେ ମୁଖ୍ୟମନ୍ତ୍ରୀ: ବିଞ୍ଝାରପୁରରେ ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ ଏବଂ ଶିଳାନ୍ୟାସ

କହିଲେ, କାଳିଆ ଯୋଜନାରୁ ଉପକୃତ ହେଉଛନ୍ତି ଚାଷୀ

175

କନକ ବ୍ୟୁରୋ: ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଂଝାରପୁର ଯାଇ ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।  କାଳିଆ ଯୋଜନାରୁ ଚାଷୀ ଲାଭ ପାଉଛନ୍ତି । ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇଦିଆଯାଉଛି ।

ଭୂମିହୀନ, କ୍ଷୁଦ୍ର ଚାଷୀ ସମସ୍ତେ ଏହି ଯୋଜନାରୁ ଉପକୃତ ହେଉଛନ୍ତି  ବୋଲି ବିଝାଂରପୁର ସମାବେଶରେ କହିଛନ୍ତି ନବୀନ ।  ଏହାପରେ ଧର୍ମଶାଳା ବ୍ଳକକୁ ଯାଇ ସେଠାରେ ୪୫୭ କୋଟିର ୨୪୫ଟି ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ଦଶରଥପୁର ବ୍ଲକ୍ରେ ୪ କୋଟିର ୨ଟି ପ୍ରକଳ୍ପର ଶୁଭାରମ୍ଭ ଏବଂ ୯୬ କୋଟି ୩୭ ଟଙ୍କାର ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।