ମହାପ୍ରଭୁଙ୍କ ଶରଣରେ ମୁଖ୍ୟମନ୍ତ୍ରୀ ! ଜଗନ୍ନାଥଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କଲେ ନବୀନ ପଟ୍ଟନାୟକ

275

କନକ ବ୍ୟୁରୋ: ଆଜି ନୂଆ ବର୍ଷ । ୨୦୧୮କୁ ବିଦାୟ ଦେଇ ନୂଆ ସକାଳର ନୂଆ ଆଶା ନେଇ ଆସିଛି ୨୦୧୯ । ଆଉ ଏହି ବର୍ଷ ରାଜନୀତି ଦୁନିଆରେ ଅନେକ ଗୁରୁତ୍ୱ ବହନ କରିପାରେ । କାରଣ ୨୦୧୯ରେ ସାଧାରଣ ନିର୍ବାଚନ ରହିଥିବାରୁ ସମସ୍ତ ରାଜନୈତିକ ଦଳମାନଙ୍କ ମନରେ ନୂଆ ଆଶା ନେଇ ଆସିଛି ନବବର୍ଷ ।

ଜଗନ୍ନାଥଙ୍କୁ ଦର୍ଶନ କରି ୨୦୧୯ ନୂଆବର୍ଷ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉପସ୍ଥିତ ରହିବେ ।

ସକାଳ ବ୍ୟାୟାମ୍ ପରେ ପରେ ଆଣଣ୍ଠୁରେ କଷ୍ଟ ଅନୁଭବ କରିବାରୁ ସାମୟିକ ବିଶ୍ରାମ ପାଇଁ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି । ତେଣୁ ଆଜି ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଶୁଭେଚ୍ଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନଆସିବା ପାଇଁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରାଯାଇଛି ।