ଟଳିଲା ‘ତିତଲି’ ବିପଦ । ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ।

48

କନକ ବ୍ୟୁରୋ: ତାଣ୍ଡବ ରଚିଲା ବାତ୍ୟା ‘ତିତଲି’ । ସ୍ଥଳଭାଗ ଭାଗ ଛୁଇଁଲା ପରେ ତିତଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି । ଯାହାର ସ୍ଥିତି ଏବଂ କ୍ଷୟକ୍ଷତି ଆକଳନ ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୁଚନା । ଗଜପତି ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ଗଂଜାମଠାରୁ ଗଜପତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗଜପତିକୁ ଅଧିକ ୨ଟି ଏନଡିଆରଏଫ୍ ଯିବେ । ଗଜପତିର ସମସ୍ତ ବ୍ଲକ୍ କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମ, ଗଜପତି, ବାଲେଶ୍ୱର ଓ ଜଗତସିଂହପୁର ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ସୁଚନା ମିଳିଛି ।

ଏହାସହ ମୋହନାରେ ସର୍ବାଧିକ ୩୧୫ମିମି ବର୍ଷା ରେକର୍ଡ କରାଯାଇଛି । ୪ରୁ ୫ଟି ଜିଲ୍ଲାରେ ୨୦୦ ମିମି ବର୍ଷା ହୋଇଥିବାବେଳେ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୧୧୧୨ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର । ରିଲିଫ୍ କ୍ୟାମ୍ପରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଯୋଗାଇ ଦିଆଯିବ । ସେହିପରି ବଂଶଧାରାରେ ବନ୍ୟା ଆସିପାରେ । ଅନ୍ୟାନ୍ୟ ନଦୀଗୁଡ଼ିକରେ ପାଣି ନଥିବାରୁ ବନ୍ୟା ଆଶଙ୍କା ନଥିବା ଜଣାପଡ଼ିଛି । ଜିରୋ ଫାଇଲିନ୍ ଭଳି ଜିରୋ କାଜୁଆଲିଟି ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ଯାହା ମଧ୍ୟ ସଫଳ ହୋଇଛି । ତେବେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ  ଏସଆରସି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ଏହି ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥିତ ଥିଲେ ।