ମୋଦିଙ୍କୁ ନବୀନଙ୍କ ଚିଠି । ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ସ୍ୱାଗତ ! ଭୂମିହୀନ, ଭାଗଚାଷୀ ଓ ଶ୍ରମିକଙ୍କୁ ଯୋଜନାରେ ସାମିଲ କରିବାକୁ ପରାମର୍ଶ ।

501

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ମୋଦିଙ୍କୁ ନବୀନ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି । ଏହି ଯୋଜନାରେ ଭୂମିହୀନ, ଭାଗ ଚାଷୀ ଓ ଶ୍ରମିକଙ୍କୁ ସାମିଲ କରାଇବା ପାଇଁ ଦାବି କରିଛନ୍ତି ନବୀନ ।

ସେପଟେ ୧୦୦% କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ ପାଇଁ ସ୍ୱାଗତ କରିଛନ୍ତି ନବୀନ । ଏହାସହ ଓଡ଼ିଶାରେ ଲାଗୁ ହୋଇଥିବା ‘କାଳିଆ’ ଯୋଜନାକୁ ମଧ୍ୟ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ‘କାଳିଆ’ ଯୋଜନାରେ ୯୨% ଚାଷୀ, ଭାଗଚାଷୀ ଓ ଭୂମିହୀନ ଚାଷୀ ଯୋଜନାରେ ଉପକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କାଳିଆ ଯୋଜନାର ବିସ୍ତୃତ ବୀବରଣୀ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ନବୀନ ।

ପ୍ରଧାନମନ୍ତ୍ରୀଙ୍କୁ ନବୀନ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଜାନୁୟାରୀ ମାସରୁ କାଳିଆ ଯୋଜନା କାର୍ଯ୍ୟକାରୀ ହୋଇ ରାଜ୍ୟର ଚାଷୀ ପରିବାରଙ୍କ ଖାତାକୁ ପ୍ରଥମ ପର୍ଯ୍ୟାୟ ଟଙ୍କା ପହଁଚି ସାରିଛି । ତେଣୁ ‘ପିଏମ କିଷାନ’ ଯୋଜନାରେ କାଳିଆ ଯୋଜନାର ସୁବିଧା ସାମିଲ କରାଗଲେ ଆହୁରି ଉନ୍ନତ ଯୋଜନା ହୋଇପାରିବ ବୋଲି ମୋଦିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।