୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ଏବଂ ୧୧ ଜଣଙ୍କୁ ମିଳିଲା ପୁଲିସ୍ ମେଡାଲ୍

30

କନକ ବ୍ୟୁରୋ : ରାଜ୍ୟ ପୁଲିସ୍, ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନଠାରେ ମୁଖ୍ୟମନ୍ତ୍ରୀ କୃତି ଅଧିକାରୀଙ୍କୁ ପଦକ ପ୍ରଦାନ କରିଛନ୍ତି । ଜନଜୀବନ ସୁରକ୍ଷା ଓ ମାଓବାଦୀ ଦମନରେ କାର୍ଯ୍ୟ କରିଥିବାରୁ ଏମାନେ ପାଇଛନ୍ତି ପୁରସ୍କାର ।

ବିଶେଷ କରି ସମ୍ବଲପୁର ଓ କୋରାପୁଟରେ ଯେପରି ବରିଷ୍ଠ ପୁଲିସ୍ ଅଧିକାରୀ ମାଓବାଦୀ ଦମନ ଦିଗରେ କାର୍ଯ୍ୟ କରିଛନ୍ତି, ସେ ନେଇ ମିଳିଛି ସାହାସିକତା ନିମନ୍ତେ ପୁଲିସ୍ ପଦକ । ସେହିପରି ପଛୁଆ ଅଂଚଳରେ ଉତ୍ତମ ଅଗ୍ନଶମ ସେବା ଯୋଗାଇଥିବା ଅଧିକାରୀ ବି ହେଲେ ସମ୍ମାନିତ ।

ଏହି ବୀରତ୍ୱର ଗାଥା ଯେ କେବଳ ପୁରୁଷ ପୁଲିସ୍ ଅଧିକାରୀଙ୍କ ପାଖରେ ସୀମିତ ନାହିଁ । ମାଓବାଦୀ ଅଂଚଳ ଓ ସରକାରୀ ସଂସ୍ଥାରେ ସୁରକ୍ଷା କାର୍ଯ୍ୟ କରୁଥିବା ମହିଳା ପୁଲିସ୍ ଉଲ୍ଲେଖନୀୟ ସେବା ଯୋଗୁ ସମ୍ମାନିତ ହୋଇଛନ୍ତି । ସେହିପରି ଜିଲ୍ଲା ଓ ସଦରରେ ଗୋଷ୍ଠୀ ସଂଘର୍ଷ ଓ ଆଇନ ଶୃଂଖଳା ପରିସ୍ଥିତିରେ କାମ କରି ପୁରସ୍କୃତ ହୋଇଛନ୍ତି ।

ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମଧ୍ୟ ପୁଲିସ୍ ପଦକ ପାଇଁ ୨୬ ଜଣ ପୋଲିସ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି ।