କିଛିବର୍ଷ ଭିତରେ ଗାୟବ ହୋଇଯିବ ଚକଲେଟ । ଖାଇବା ତ ଦୂରର କଥା ଦେଖିବାକୁ ବି ମିଳିବନି

57

ଚକୋଲେଟ ପାଇଁ ପିଲାଠୁ ବୁଢା ସମସ୍ତେ କ୍ରେଜି । ପ୍ରାୟ ସମସ୍ତେ ଚକୋଲେଟ ଖାଇବାକୁ ପସନ୍ଦ କରିଥାନ୍ତି । ଚକୋଲେଟ ନାଁ ଶୁଣିଲେ ପାଟିରୁ ଲାଳ ବାହାରି ଆସେ । ଆଉ ଚକୋଲେଟ ପିଲାଙ୍କ ଖୁସି ପାଇଁ ବା ଗର୍ଲଫ୍ରେଣ୍ଡର ମୁଡ ଠିକ କରିବାରେ ବ୍ୟବହାର କରାଯାଇଥାଏ । ତେବେ ଆପଣ ଜାଣିଛନ୍ତି କି, ଖୁବଶିଘ୍ର ଚକୋଲେଟ ପୃଥିବୀରେ ଆଉ ଦେଖିବାକୁ ମିଳିବ ନାହିଁ ।

ଏହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ! ଆପଣ ଯାହା ପଢିଲେ, ତାହା ସତ । ଚକୋଲେଟ ବନ୍ଦ ହେବା ପଛର କାରଣ ଗ୍ଲୋବାଲ ୱାର୍ମିଙ୍ଗ । ଯେଉଁ ଗଛରୁ ଚକୋଲେଟ ତିଆରି ହୁଏ ତାକୁ ‘କକ’ କୁହାଯାଏ । ଏକ ସ୍ୱତନ୍ତ୍ର ପରିବେଶରେ ଏହି ଗଛ ବଢିଥାଏ । ଏହି ଗଛ ୨୦ ଡିଗ୍ରୀ ଉତ୍ତର ଓ ୨୦ ଡିଗ୍ରୀ ଦକ୍ଷିଣ କ୍ଷେତ୍ରରେ ଦେଖାଯାଇଥାଏ ।

ଏବେ ଗ୍ଲୋବାଲ ୱାର୍ମିଙ୍ଗ ଯୋଗଁ ପୃଥିବୀରେ ତାପମାତ୍ରା ପ୍ରତିଦିନ ପରିବର୍ତ୍ତନ ହେବାରେ ଲାଗିଛି । ଚକୋଲେଟ ଗଛ ଯେଉଁଠି ଚାଷ କରାଯାଏ , ସେଠାରେ ତାପମାତ୍ରା ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ଏଥିପାଇଁ କଳ୍ପନା କରାଯାଉଛି କି,ଯଦି ୨୦୫୦ ମସିହା ପର୍ଯ୍ୟନ୍ତ ଏହି ଭଳି ପ୍ରତିଦିନ ତାପମାତ୍ରା ବଢେ, ତେବେ କକ ଗଛ ବଂଚିବା ଆଉ ସମ୍ଭବ ହେବ ନାହିଁ ।

ଯାହା ଦ୍ୱାରା ଚକୋଲେଟ ତିଆରି କରୁଥିବା କମ୍ପାନୀ ଉପରେ ପ୍ରଭାବ ପଡିବ । ଫୁଡ଼ ଓ କ୍ୟାଣ୍ଡି ବନେଇବା କମ୍ପାନୀ ‘ମାର୍ସ’ ସେଥିପାଇଁ ଚିନ୍ତାରେ ପଡିଛି । ଏହି ସମସ୍ୟାର ସମାଧାନ ପାଇଁ ‘ମାର୍ସ’ ୟୁନିଭର୍ସିଟି ଔଫ କ୍ୟାଲିଫୋର୍ନିୟା ସହିତ ମିଶି ଗବଷଣା କରୁଛି ।ଯଦି ଏହାର ସମାଧାନ ଶିଘ୍ର ନ ମିଳେ ତେବେ ଚକୋଲେଟ ପାଇବା ସମ୍ଭବ ହେବନାହିଁ । ଯାହା ଫଳରେ ଚକୋଲେଟ ତିଆରି କରୁଥିବା କମ୍ପାନୀଗୁଡିକ ବନ୍ଦ ହୋଇଯିବ ଏବଂ ତା’ସହ ଅନେକ ଲୋକ ଜୀବିକା ହରାଇବେ ।