ଡିସେମ୍ବର ଶେଷ ଆଡ଼କୁ ଓଡ଼ିଶା ଆସିବେ ରାହୁଲ ! ରାଜ୍ୟରେ କ୍ଷମତାକୁ ଆସିବାକୁ ପଂଚାୟତ ସମ୍ମିଳନୀରେ ଆହ୍ୱାନ ଦେଲେ ନେତା

75

କନକ ବ୍ୟୁରୋ : ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଦୁଇଦିନିଆ ଗସ୍ତରେ ଆସିବେ କଂଗ୍ରେସ ସଭାପତି ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲ ବିଭିନ୍ନ ସଭାରେ ଯୋଗ ଦେବେ  । ସେଠାରେ କର୍ମୀଙ୍କ ଯୋଶ ବଢ଼ାଇବା ପାଇଁ ଉଦବୋଧନ ଦେବେ ରାହୁଲ ।  ତେବେ କେତେ ତାରିଖରେ ସେ ଓଡିଶା ଆସିବେ ତାହା ଜଣାପଡିନାହିଁ । ରାହୁଲଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଛି ଓ ୭ ତାରିଖ  ପରେ  ତାଙ୍କର ଗସ୍ତ ସମ୍ପର୍କରେ ବିସ୍ତୁତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କର୍ମୀଙ୍କ ଜୋଶ ବଢାଇବା ଲାଗି ରାହୁଲ  ଉପକୂଳ, ଦକ୍ଷିଣ ଓ ପଶ୍ଚିମରେ ସଭା କରିବେ ।  ଜାନୁଆରୀ ଓ ଫେବୃଆରୀରେ  ବି ରାହୁଲ ଓଡିଶା ଆସିବେ ବୋଲି ଜଣାଯାଇଛି ।

ସେପଟେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ବିରୋଧୀ ଦଳ ଉପନେତା ଚିରଞ୍ଜୀବି ବିଶ୍ବାଳ ଦଳକୁ ଆହ୍ବାନ ଦେଇଛନ୍ତି । ରାଜ୍ୟରେ କ୍ଷମତାକୁ ଆସିବାକୁ ପଂଚାୟତ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ଚିରଞ୍ଜୀବି ବିଶ୍ବାଳ । ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି କର୍ମୀମାନେ ହରିଲୁଟ  କରୁଛନ୍ତି । ଅନେକ ଅନ୍ୟାୟ ମଧ୍ୟ କରୁଛନ୍ତି ।  ବିଜେଡିର ଗୁଣ୍ଡାରାଜ, ଆମ ଗାଁ ଆମ ବିକାଶ ନାଁରେ କେବଳ ବିଜେଡି ଦଲାଲଙ୍କ କଥା ଚାଲୁଛି ।  ହେଲେ ଚାହିଁଲେ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରତିବାଦ କରିପାରୁନୁ କହି ଦୁଃଖ ପ୍ରକାଶ କରିଛନ୍ତି ଚିରଞ୍ଜୀବି ବିଶ୍ବାଳ ।

ସେପେଟ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ସହିବାର ସୀମା ଟପିଲାଣି । ବିଡିଓ ଗୋଲାମ ସାଜିଛନ୍ତି, ମିଛ ବିଲରେ ଚାଲିଛି ସରକାର । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଶପଥ ଓ ସଂକଳ୍ପ ନିଅନ୍ତୁ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ସେ କହିଛନ୍ତି ନିରଞ୍ଜନଙ୍କ ନେତୄତ୍ବରେ କଂଗ୍ରେସ ଶାସନ କରିବ ବୋଲି ଲୋକେ ନିଷ୍ପତ୍ତି ନେଇସାରିଛନ୍ତି । ଏବେ ବିଶ୍ରାମର ସମୟ ନୁହେଁ, ଲଢେ଼ଇ କରିବାର ସମୟ ବୋଲି କହିଛନ୍ତି ।