ଚିଲିକା ଚିଙ୍ଗୁଡି ଘେରିରେ ଚାଲିଲା ବୁଲଡୋଜର । ବେଆଇନ ଚିଙ୍ଗୁଡି ଘେରି ଭାଙ୍ଗିଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ

36

କନକ ବ୍ୟୁରୋ : ଚିଲିକାରେ ଚାଲିଲା ବୁଲଡୋଜର । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବେଆଇନ ମାଟି ଘେରି ଭାଙ୍ଗିଛନ୍ତି । ସକାଳୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସହିତ ଜିଲ୍ଲା ପ୍ରଶାସନ ମିଶି ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିଛନ୍ତି । ପ୍ରାୟ ୫ଶହ ଏକର ଜାଗାରେ ମାଟିରେ ବନ୍ଧ ତିଆରି କରାଯାଇଥିଲା । ଯାହାକୁ ଭାଙ୍ଗିବା ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ପାଇଁ ଥିଲା ବଡ ଚ୍ୟାଲେଂଜ ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ବେଆଇନ ଚିଙ୍ଗୁଡି ମାଟି ବନ୍ଧ ଘେରି ଭିତରକୁ ପଶି ଏହାକୁ ଭାଙ୍ଗିଛନ୍ତି । ୪ଟି ଏସ୍କାଭେଟର ଓ ୪ଟି ବୁଲଡୋଜର ସାହାଯ୍ୟରେ ଏହାକୁ ଭଙ୍ଗାଯାଇଛି । ଦୂୁଇ ପ୍ଲାଟୁନ ପୁଲିସ ସହ ଜିଲ୍ଲା ଓ ସ୍ଥାନୀୟ ପୁଲିସ ଅଧିକାରୀ, ସିଡିଏର କର୍ମଚାରୀ ସାମିଲ ହୋଇଥିଲେ । ଆହୁରି ସପ୍ତାହେ ଧରି ଚିଲିକାରେ ଏହି ବେଆଇନ ଚିଙ୍ଗୁଡି ଘେରା ଭଙ୍ଗା ହେବ ବୋଲି ସିଡିଏ ଅଧିକାରୀ ସୂଚନା ଦେଇଛି ।