ଏଭଳି ଏକ କ୍ରୁର କମ୍ପାନୀ ଯେଉଁଠି କର୍ମଚାରୀଙ୍କୁ ଭୁଲ୍ କଲେ ମିଳେ ଲୋମଟାଙ୍କୁରା ଦଣ୍ଡ ! ପିଇବାକୁ ପଡେ ମୂତ୍ର ଏବଂ ଖାଇବାକୁ ପଡେ କୀଟ ।

90

ଆଶାନୁରୂପକ କାର୍ଯ୍ୟ ନକଲେ ଯେକୌଣସି କମ୍ପାନୀ ଦଣ୍ଡସ୍ୱରୁପ ପ୍ରମୋସନ,ଇନକ୍ରିମେସନ୍ ଏବଂ ଟ୍ରାନ୍ସଫର୍ ଭଳି ପଦକ୍ଷେପ ନେଇଥାଏ । କିନ୍ତୁ ଆମେ ଆପଣଙ୍କୁ ଆଜି ଏଭଳି ଏକ କମ୍ପାନୀ କଥା କହୁଛୁ ଯେ ଦଣ୍ଡ ପାଇଁ ଏଭଳି ପନ୍ଥା ଉଠାଏ ଯେ ମାନବତା ଉପରେ ଲଜ୍ଜା କରିବା ହିଁ ସାର ହେବ । ଚୀନର ଏକ ଫଣ୍ଣିଚର କମ୍ପାନୀ ନିଜ କର୍ମଚାରୀଙ୍କ କାର୍ଯ୍ୟରେ ତ୍ରୁଟି ଦେଖିଲେ ତାଙ୍କୁ ଦଣ୍ଡସ୍ୱରୁପ ଅସରପା ଖୁଆଇବା ସହ ମୂତ୍ର ଏବଂ ପାଇଖାନା ମଗରେ ପାଣି ପିଆଇବାକୁ ବାଧ୍ୟ କରିଥାଏ । କେବଳ ଏତିକି ନୁହଁ କର୍ମଚାରୀଙ୍କୁ ବେଲ୍ଟରେ ମାଡ ମଧ୍ୟ ହୁଏ ଏବଂ ଲଣ୍ଡା ମଧ୍ୟ କରାଯାଏ ।

ତେବେ ଚୀନର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏଭଳି ଏକ ଭିଡିଓ ଭାଇରାଲ୍ ହେବା ପରେ ଅସଲ ଘଟଣା ସାମ୍ନାକୁ ଆସିଥିଲା । ଫର୍ମାଲ୍ ଡ୍ରେସ୍ ଏବଂ ଚମଡା ଜୋତା ନ ପିନ୍ଧି ଗଲେ ୫୦ ୟୁଆନ୍ (୫୨୨ ଟଙ୍କା) ମଧ୍ୟ ଜୋରିମାନା ପଡିଥାଏ ଏବଂ ଗୋଟିଏ ମାସର ଦରମା ମଧ୍ୟ ଅଟକିଯାଏ । ତେବେ ଏଭଳି କ୍ରୁରତାକୁ ସହି ନପାରି କିଛି କର୍ମଚାରୀ ଚାକିରୀ ଛାଡୁଥିବା ବେଳେ ଆଉ କିଛି କର୍ମଚାରୀ ଅସୁବିଧା କାରଣରୁ ଚାକିରୀରେ ସ୍ଥିର ରହିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ କର୍ମଚାରୀଙ୍କ ଆଗରେ ଏଭଳି ବେଇଜତ୍ କରୁଥିବା ଅଭିଯୋଗରେ କମ୍ପାନୀର ୩ ଜଣ ଅଫିସରଙ୍କୁ ୧୫ ଦିନ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡିଛି ।