ଆଗ୍ରାର ନାଁ ହୋଇଯିବ କି ‘ଅଗ୍ରୱାଲ’? ବିଜେପି ନେତାଙ୍କୁ ଘାରିଛି ନାଁ ପରିବର୍ତ୍ତନର ନିଶା

ମୋଗଲସରାଇ, ଏହ୍ଲାବାଦ, ଫୈଜାବାଦର ନାମ ପରିବର୍ତ୍ତନ ପରେ ଆଗ୍ରା ଓ ମୁଜଫରନଗରର ପାଳି

136

ଯୋଗୀଙ୍କୁ ଘାରିଛି ନାମ ପରିବର୍ତ୍ତନର ନିଶା । ମୋଗଲସରାଇ, ଏହ୍ଲାବାଦ,ଫୈଜାବାଦର ନାମ ପରିବର୍ତ୍ତନ ପରେ ଏବେ ଯୋଗୀ ସରକାର ଆଉ କିଛି ସହରର ନାମ ବଦଳାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉତ୍ତର ପ୍ରଦେଶର ଅନେକ ସହରର ନାମ ପରିବର୍ତ୍ତନ ହେବାର ସଙ୍କେତ ମିଳୁଛି, ଆଉ ଏହି ତାଲିକାରେ ମୁଜଫରନଗର ଓ ଆଗ୍ରା ସହରର ନାଁ ଟପରେ ରହିଛି । ବିଜେପି ବିଧାୟକ ଜଗନ ପ୍ରସାଦ ଗର୍ଗ ଆଗ୍ରା ସହରର ନାମ ପରିବର୍ତ୍ତନ କରି ଆଗରାବନ କିମ୍ବା ଅଗ୍ରୱାଲ ରଖାଯାଉ ବୋଲି ଦାବି କରିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ତାଜମହଲକୁ ଜଣେ ରାଜପୁତ ରାଜା ଶିବ ମନ୍ଦିର ଭାବେ ନିର୍ମାଣ କରିଥିଲେ ବୋଲି ବିଜେପି ପୂର୍ବରୁ କହି ଆସୁଛି । ଆଉ ଏଭଳି ସମୟରେ ଆଗ୍ରାର ନାମ ପରିବର୍ତ୍ତନ କରି ଅଗ୍ରୱାଲ କରାଯାଉ ବୋଲି ଦାବି ଉଠିଛି । କାରଣ ଏଠାରେ ଅଗ୍ରୱାଲ ସମୁଦାୟର ଲୋକ ଅଧିକ ରହୁଛନ୍ତି । ତେଣୁ ଏହାର ନାମ ପରିବର୍ତ୍ତ ନ କରିବାକୁ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଜଣାଇଛନ୍ତି ଜଗନ ପ୍ରସାଦ ଗର୍ଗ ।

ବିଜେପି ବିଧାୟକ ଜଗନ ପ୍ରସାଦ ଗର୍ଗ କହିବା ଅନୁଯାୟୀ, ଆଗ୍ରାର ନାଁ ପଛର କୌଣସି ମହତ୍ତ୍ୱ ନାହିଁ । ପୂର୍ବରୁ ଏଠାରେ ପ୍ରବଳ ବନ ରହିଥିଲା । ଅଗ୍ରୱାଲ ମାନେ ଏଠାରେ ବାସ କରୁଥିଲେ । ଏବେ ମଧ୍ୟ ଏଠାରେ ଅଗ୍ରୱାଲ ମାନେ ଅଧିକ ସଂଖ୍ୟାରେ ବାସ କରୁଛନ୍ତି । ତେଣୁ ଏହାର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗର୍ଗ ।

କେବଳ ଆଗ୍ରା ନୁହେଁ ମୁଜଫରନଗରର ନାମ ମଧ୍ୟ ପରିବର୍ତ୍ତନ କରିବାକୁ ବିଜେପି ବିଧାୟକ ସଙ୍ଗୀତ ସୋମ ମଧ୍ୟ ଦାବି କରିଛନ୍ତି । ସୋମଙ୍କ କହିବା ଅନୁଯାୟୀ, ଏବେ ଅନେକ ସହରର ନାମ ପରିବର୍ତ୍ତନ କରାଯାଉଛି । ତେଣୁ ମୁଜାଫରନଗରର ନାମ ପରିବର୍ତ୍ତନ କରି ଲକ୍ଷ୍ମୀନଗର କରିବାକୁ ସେ କହିଛନ୍ତି । ଯେଉଁ ମୋଗଲ ମାନେ ଆମର ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିଲେ । ସେମାନଙ୍କ ସଂସ୍କୃତିକୁ ବଞ୍ଚାଇବା ପାଇଁ ଆମେ କାମ କରୁଛୁ । କିନ୍ତୁ ଏବେ ଆଉ ସେମିତି ହେବନି । ମୁଜଫର ଅଲ୍ଲୀ ନାମକ ଏକ ନବାବ ମୁଜଫରନଗର ସହରର ନାଁ ରଖିଥିଲେ । ଯାହାକୁ ପରିବର୍ତ୍ତନ କରିବାକୁ ସାଧାରଣ ଲୋକେ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି ।