ଗରିବୀ ହଟାଇବା ପାଇଁ ‘ମାଷ୍ଟର ପ୍ଲାନ୍’ ! ୨୦୨୦ ମସିହା ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଦୂର କରିବାକୁ ଚୀନର ଟାର୍ଗେଟ

65

ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ନିଜର ୫ ବର୍ଷର ଦ୍ୱିତୀୟ କାର୍ଯ୍ୟକାଳରେ ଦେଶରୁ ସଂପୂର୍ଣ୍ଣ ଗରିବୀ ହଟାଇବାର ଲକ୍ଷ୍ୟ ରଖିଛନ୍ତି । ଚୀନ ଏହି ଦିଗରେ ମଧ୍ୟ କାମ ଆରମ୍ଭ କରିଦେଇଛନ୍ତି । ଚୀନର ଅଧିକାରୀ ଦେଶ ସାରା ପାଖାପାଖି ଏକ କୋଟି ଲୋକଙ୍କୁ ସେମାନଙ୍କର ଘରୁ ଶିଫ୍ଟ କରି ଗରିବୀ ହଟାଇବା କାର୍ଯ୍ୟକ୍ରମକୁ ପୁରା କରିବାକୁ ଲାଗିଛନ୍ତି ।

ଚୀନ ୨୦୨୦ ସୁଦ୍ଧା ନିଜ ଦେଶରୁ ଗରିବୀକୁ ଶେଷ କରିବାର ଟାର୍ଗେଟ୍ ସେଟ୍ କରିଛି । ଏହାକୁ ରାଷ୍ଟ୍ରପତି ଜିନପିଙ୍ଗଙ୍କର ଦ୍ୱିତୀୟ କାର୍ଯ୍ୟକାଳର ସର୍ବାଧିକ ମହତ୍ୱପୂର୍ଣ୍ଣ ଯୋଜନାଗୁଡିକ ମଧ୍ୟରେ ଗୋଟିଏ ବୋଲି କୁହାଯାଉଛି । ଗାର୍ଡିୟାନର ରିପୋର୍ଟ ମୁତାବକ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଗ୍ରାମୀଣ ଅଂଚଳଗୁଡିକରେ ରହୁଥିବା ଗରିବମାନଙ୍କୁ ସରକାରୀ ସବସିଡିର ସାହାଯ୍ୟରେ ପ୍ରସ୍ତୁତ କରାଯାଉଥିିବା ଘରକୁ ଶିଫ୍ଟ କରାଯାଉଛି ।

୨୦୧୬ରୁ ୨୦୨୦ ମଧ୍ୟରେ ଚୀନର ୨୨ ପ୍ରୋଭିଂସେସରୁ ସମୁଦାୟ ୯୮.୧୦ ଲକ୍ଷ ଲୋକଙ୍କୁ ସେମାନଙ୍କର ଘରୁ ଶିଫ୍ଟ କରାଯିବ । କିଛି ଲୋକଙ୍କୁ ସହରୀ ଅଂଚଳରେ ତିଆରି ଘରକୁ ଶିଫ୍ଟ କରାଯିବ । ଆଉ ଅନ୍ୟମାନଙ୍କୁ ସମୃଦ୍ଧ ଗ୍ରାମୀଣ ଅଂଚଳଗୁଡିକରେ ରଖାଯିବ । ଚୀନର ଆଶା ଯେ ଏହି ପଦକ୍ଷେପ ଦ୍ୱାରା ୨୦୨୦ ସୁଦ୍ଧା ସେ ନିଜର ୩ କୋଟି ଲୋକଙ୍କୁ ଗରିବୀ ରେଖାରୁ ଉପରକୁ ନେବାରେ ସଫଳ ହୋଇପାରିବେ ।

୧୯୮୦ ମସିହା ପରେ ଖୁବ୍ ଜୋରରେ ଆର୍ଥିକ ବିକାଶର ସାହାଯ୍ୟରେ ଚୀନ ନିଜ ଦେଶର ଗରିବୀ ଅବସ୍ଥାକୁ ଦ୍ରୁତ ଭାବରେ ଶେଷ କରିଛି । ସଂଯୁକ୍ତ ରାଷ୍ଟ୍ରର ଏକ ତାଜା ରିପୋର୍ଟ ଅନୁସାରେ , ୨୦୧୬ରେ ଚୀନର ଅତି କମରେ ୫.୭ ପ୍ରତିଶତ ଗ୍ରାମୀଣ ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ବିତାଉଛନ୍ତି । ଚୀନର କିଛି ପଶ୍ଚିମ ଅଂଚଳରେ ଏହି ସଂଖ୍ୟା ୧୦ ପ୍ରତିଶତ ଏବଂ ଅଳ୍ପ ସଂଖ୍ୟକ ସମୁଦାୟ ମଧ୍ୟରେ ୧୨ ପ୍ରତିଶତ ଯାଏ ଅଙ୍କ ।

ଗତ ବର୍ଷ ଚୀନର ସବୁଠୁ ଗରିବୀ ପ୍ରାନ୍ତ କ୍ୱଇଚୋ ପାଖାପାଖି ୩୬୦୦ ନୂଆ ଲୋକେସନରେ ସାଢେ ସାତ ଲକ୍ଷରୁ ଅଧିକ ଲୋକଙ୍କୁ ଶିଫ୍ଟ କରିବାର ଲକ୍ଷ୍ୟ ବନାଇଥିଲେ । ଏହି ପ୍ରକାରେ ଗାଂସୁ , ସଛବାନ ଓ ଗ୍ୱାଙ୍ଗସି ପ୍ରାନ୍ତରୁ ୧୦ ଲକ୍ଷ ଲୋକଙ୍କୁ ଶିଫ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯୁବାନ ପ୍ରାନ୍ତରୁ ୬ ଲକ୍ଷ୍ୟ ୭୭ ହଜାର ଲୋକଙ୍କୁ ୨୮୦୦ ନୂଆ ଗାଁରେ ରଖିବାର ପ୍ରସ୍ତୁତ କରୁଛନ୍ତି ।

ପୁନର୍ବାସ ଉପାୟରେ ଗରିବୀ ଦୂର କରିବାକୁ ଚୀନର ଚେଷ୍ଟାକୁ ଅଧ୍ୟୟନ କରୁଥିବା ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ମାର୍କ ୱାଙ୍ଗ ଏହାର କେଡ୍ରିଟ୍ ଜିନପିଙ୍ଗଙ୍କୁ ଦେଇଛନ୍ତି । ତାଙ୍କର କହିବା ହେଲା ମାଓଙ୍କର ସାଂସ୍କୃତିକ କ୍ରାନ୍ତି ସମୟରେ ଶି ଚିନଫିଙ୍ଗ ୭ ବର୍ଷ ଗାଁମାନଙ୍କରେ ବିତାଇଛନ୍ତି । ୱାଙ୍ଗଙ୍କ କହିବାନୁସାରେ ଏହି ଅନୁଭବ ଶି ଜିନପିଙ୍ଗଙ୍କର ରାଜନୈତିକ ପ୍ରାଥମିକତା ସ୍ଥାପିତ କରିଛି । ୱାଙ୍ଗଙ୍କ କହିବାନୁସାରେ , ଜିନପିଙ୍ଗ ଜାଣିଛନ୍ତି ଚୀନର କୃଷକ କଣ ଚାହୁଁଛନ୍ତି ।

( ସୌଜନ୍ୟ- ନବଭାରତ ଟାଇମ୍ସ)