ସୀମାରେ ଚାଲିଛି ଷଡ଼ଯନ୍ତ୍ର : ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନର ମିଳିତ ବ୍ଲୁ-ପ୍ରିଂଟ

29

କନକ ବ୍ୟୁରୋ : ଭାରତ-ପାକ୍ ସୀମାରେ ଚୀନ୍ ସେନା ଛାଉଣି । ୪ ମାସରେ ସୀମାରେ ୨ଟି ବିମାନଘାଟି ତିଆରି କଲାଣି ଚୀନ୍ । ରାଜସ୍ଥାନ ସୀମାରେ ୩୫୦ରୁ ଅଧିକ ବଙ୍କର ତିଆରି ହେଲାଣି । ଏମିତି ଭାବେ ଭାରତ-ପାକ୍ ସୀମାରେ ଏବେ ଚୀନ୍ ନିଜର ସେନା ଛାଉଣୀ କରୁଛି । କେବଳ ସେତିକି ନୁହେଁ, ଚୀନ୍ ପାକିସ୍ତାନ ପାଇଁ ବଙ୍କର ନିର୍ମାଣ କରୁଛି ।

ଭାରତର ଶତ୍ରୁ ହୋଇରହିଥିବା ପାକିସ୍ତାନକୁ ବ୍ୟବହାର କରି ଚୀନ୍ ପାକିସ୍ତାନ ସହ ଆର୍ଥିକ କରିଡର ନିର୍ମାଣ କରୁଛି । ଏ ସବୁ ଏବେ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଦୀର୍ଘ ବର୍ଷ ହେଲା ମରୁଭୂମି ଅଂଚଳକୁ କବଜା କରିବା ପାଇଁ ଚୀନ୍ ଚକ୍ରାନ୍ତ ଚଳାଇଥିବା ବେଳେ ଏବେ ପାକିସ୍ତାନ ସହ ଆର୍ଥିକ କରିଡ଼ର ନିର୍ମାଣ ନାଁରେ ଉଭୟ ପାକିସ୍ତାନ ଓ ଚୀନ୍ ଭାରତ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

କିଛି ମାସ ତଳେ ଡୋକଲାମ ସୀମା ବିବାଦରେ ଭାରତର କୂଟନୈତିକ ବିଜୟ ହୋଇଥିବା ବେଳେ ଲଦାଖର ଅକ୍ସାଇ ଚୀନ୍ ଅଂଚଳରେ ବି ପୁଣିଥରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଚୀନ୍ । ଚୀନ୍ ବିରୋଧରେ ସବୁସ୍ତରରେ ବିଜୟ ହାସଲ ପାଇଁ ଭାରତକୁ ଏକାଧିକ ପଦକ୍ଷେପ ନେବାକୁ ପଡୁଛି ।