ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ୍ ! ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିପାରେ ତିକ୍ତତା

38

କନକ ବ୍ୟୁରୋ : ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ । ଭାରତର ଅରୁଣାଚଳ ସୀମାକୁ ଲାଗି ରହିଥିବା ତିବତ୍ ଲୁଂଜ କାଉଂଟି ଅଂଚଳରେ ସୁନା, ହୀରା ଓ ମୂଲବ୍ୟାନ ରତ୍ନ ଓ ଧାତୁ ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ କରିଛି ଚୀନ୍ । ଏହି ସୁନା ଓ ହୀରାର ମୂଲ୍ୟ ୪୦ଲକ୍ଷ କୋଟି ହେବ ବୋଲି ଜଣାପଡ଼ିଛି । ଯେଉଁଥିପାଇଁ ସୀମାରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି ।

ଅରୁଣାଚଳ ସୀମା ତୀବତର ଲୁଂଜ କାଉଂଟିରେ ଚୀନର ସୁନା ଖୋଜା । ଏହି ଅଂଚଳରେ ବହୁ ମାତ୍ରାରେ ସୁନା, ହୀରା ଓ ମୂଲବ୍ୟାନ ରତ୍ନ ଓ ଧାତୁ ରହିଥିବା ସୂଚନା ପାଇବା ପରେ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି ଚୀନ ସରକାର । ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୪୦ଲକ୍ଷ କୋଟି ଟଙ୍କା ହେବ । ହଂକଂ ସ୍ଥିତ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ ଏଠାରେ ଚୀନ୍ ଖନନ କାର୍ଯ୍ୟ କରୁଥିବା ପ୍ରକାଶ ପାଇଛି । ତେବେ ଡୋକଲାମ ବିବାଦ ପରେ ଚୀନର ଏହି ସୁନା ଖୋଜା ଅଭିଯାନକୁ ନେଇ ପୁଣିଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଲୁଂଜ କାଉଂଟି ଅଂଚଳ ଚୀନର ଏବଂ ଏହାର ସାର୍ବଭୌମ ଅଧିକାର ବେଜିଂ ନିକଟରେ ଥିବା ଯୋଗୁୁଁ ଭୌଗୋଳିକ ଗତିବିଧି କରିବାର ଅଧିକାର ରହିଛି ବୋଲି ବେଜିଂ କହିଛି ।

china and india

 

ରିପୋର୍ଟ ଅନୁସାରେ ଦକ୍ଷିଣ ତିବତ ତାର ଅଂଶ ବୋଲି ଦାବି କରୁଥିବା ଚୀନ୍ ଏହାକୁ ନିଜ ଅଧିନକୁ ନେବାକୁ ଚାହୁଁଛି । ଯେଉଁଥିପାଇଁ ଅରୁଣାଚଳ ସୀମାରେ ଥିବା ତୀବତରେ ସେ ଖନନ କାର୍ଯ୍ୟ ଆରମ୍ଭ କରିଛ । ପ୍ରାକୃତିକ ସମ୍ପଦକୁ ହାସିଲ କରୁଥିବା ଦର୍ଶାଇ ସେଠାରେ ଚୀନ୍ ନିଜ ଅସ୍ତିତ୍ୱକୁ ଦୃଢ କରିପାରେ । ଏହାଦ୍ୱାରା ଡୋକାଲାମ ପରି ପୁଣି ଥରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବଢିବ ।

ଗତ ମାସରେ ଚତୁର୍ଥ ଥର ପାଇଁ ଚୀନ୍ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦି । ଭାରତ – ଚୀନ୍ ମଧ୍ୟରେ ବିବାଦ ଓ ଅର୍ନ୍ତଜାତୀୟ ପରିସ୍ଥିତିକୁ ନେଇ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଥିଲା । ଡୋକଲାମ ବିବାଦ ଯୋଗୁଁ ଅବିଶ୍ୱାସର ବାତାବରଣ ମଧ୍ୟରେ ପୁଣି ଥରେ ଉଭୟ ଦେଶ ଭିତରେ ସକାରାକ୍ରମ ପରିବେଶ ତିଆରି କରିଥିଲା ଏଡି ବୈଠକ ।