ଚୀନ ବଢାଉଛି ଉତ୍ତେଜନା ! ସିକିମ ସୀମାରେ ଅନୁପ୍ରବେଶ ପରେ ଭାରତ ମହାସାଗରରେ ଯୁଦ୍ଧ ଜାହାଜ ମୁତୟନ କଲା ଚୀନ

90

କନକ ବ୍ୟୁରୋ : ସିକିମର ଡୋକଲାମରେ ଭାରତ-ଚୀନ ମୁହାଁମୁହିଁ ସ୍ଥିତରେ ଅଛନ୍ତି । ଚୀନ ଏବେ ଆହୁରି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇ ଭାରତ ମହାସାଗରରେ ବୁଡା ଜାହାଜ ମୁତୟନ କରିଛି ।

ଭାରତୀୟ ଉପଗ୍ରହ ଓ ନୌସେନା ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ ଏବେ ଚୀନର ୧୪ଟି ଯୁଦ୍ଧ ଜାହାଜକୁ ଭାରତ ମହାସାଗରରେ ଠାବ କରାଯାଇଛି । ଯାହାକୁ ନେଇ ଭାରତୀୟ ନୌସେନା ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ।