ପରମ୍ପରା ଓ ବିଶ୍ୱାସ ନାଁରେ ଚେଙ୍କ ଚିକିତ୍ସା ! ଶିଶୁଙ୍କୁ ତଳେ ଶୁଆଇ ପେଟରେ ତତଲା ଲୁହାରେ ଚେଙ୍କ ଦେଲା ଦିଶାରୀ

18

କନକ ବ୍ୟୁରୋ: ପୁଣି ଚେଙ୍କ ଚିକିତ୍ସା । ଚିକିତ୍ସା ଆଳରେ କୁନି କୁନି ଶିଶୁଙ୍କୁ ଦିଆଯାଇଛି ଚେଙ୍କ । ତଳେ ସୁଆରେ ପେଟରେ ଲୁହା ଚେଙ୍କ ଦେଉଛି ଦିଶାରୀ । ଅନେକ ଥର ଗଣମାଧ୍ୟମରେ ଏମିତି ଖବର ପ୍ରସାରଣ ହେଉଛି, ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଉଥିଲେ ସୁଦ୍ଧା ଚେଙ୍କ ଚିକିତ୍ସ କମୁନି ।

ଆଜି ସେମିତି ଏକ ଚେଙ୍କ ଚିକିତ୍ସା ଚିତ୍ର ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଥୋରିଆଛନ୍ଦା ଗାଁରେ ଶିଶୁଙ୍କୁ ଚେଙ୍କ ଦିଆଯାଇଛି । ପ୍ରାୟ ୨୫ରୁ ଅଧିକ ଶିଶୁଙ୍କୁ ଚେଙ୍କ ଦିଆଯାଇଛି । ପିଲାଗୁଡିଙ୍କୁ ତଳେ ଶୁଆଇ ତାଙ୍କ ପେଟରେ ଲୁହାକୁ ତତେଇ ଅତି ଦୟନୀୟ ଭାବେ ଚେଙ୍କ ଦିଆଯାଉଛି । ପରମ୍ପରା ଆଳରେ ଅନ୍ଧବିଶ୍ୱାସ ପାଇଁ ଏ ଚେଙ୍କ ଚିକିତ୍ସା କରାଯାଉଥିବା ଅଭିଯୋଗ ହୋଇଛି ।