ଓଡ଼ିଶାର ଦୃଢ଼ ବିରୋଧ ପରେ ଚେତିଲେ ଛତିଶଗଡ଼ ସରକାର : କଲମା ବ୍ୟାରେଜରୁ ମହାନଦୀକୁ ପାଣି ଛାଡିବେ ରମଣ ସିଂହ ସରକାର

16

କନକ ବ୍ୟୁରୋ : ଓଡିଶାର ଦୃଢ଼ ବିରୋଧ ପରେ ଚେତିଲେ ଛତିଶଗଡ଼ ସରକାର । କଲମା ବ୍ୟାରେଜରୁ ମହାନଦୀକୁ ପାଣି ଛାଡିବେ ରମଣ ସିଂହ ସରକାର ।  ପାଣି ଛାଡିବା ନେଇ କଲମା ବ୍ୟାରେଜ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ଼ ଜଳସମ୍ପଦ ସଚିବ ।

ଏନେଇ କନକ ନ୍ୟୁଜକୁ ଛତିଶଗଡ଼ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଆଜି ରମଣ ସିଂହ ସରକାର ପାଣି ଛାଡିବାର ସମ୍ଭାବନା ରହିଛି । ଗତକାଲି କଲମା ବ୍ୟାରେଜର ଗ୍ରାଉଣ୍ଡ୍ ଜିରୋରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ଯେଉଁଥିରୁ ଜଣାପଡିଥିଲା ଯେ, କଲମା ବ୍ୟାରେଜ ଦ୍ୱାରା ମହାନଦୀର ପାଣିକୁ ଅଟକାଇ ରଖିଛନ୍ତି ଛତିଶଗଡ଼ ସରକାର । ବ୍ୟାରେଜର ମୋଟ ୬୬ଟି ଗେଟ୍ରୁ ମାତ୍ର ଗୋଟିଏ ଗେଟ୍ ଦେଇ ମହାନଦୀକୁ ଜଳ ଛାଡୁଛି ଛତିଶଗଡ଼ ।

ଦେଖନ୍ତୁ ଏହି ଭିଡ଼ିଓ –