ଛତିଶଗଡ ଏକଜିଟ ପୋଲ ସର୍ଭେ ରିପୋର୍ଟକୁ ନେଇ ଅଚିନ୍ତାରେ ରମଣ ସିଂ ! ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଗଲେ ରମଣ ।

ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଏନେଇ ବିଲକୁଲ ବେଫିକର ନଜର ଆସିଛନ୍ତି ।

257

ଏକଜିଟ ପୋଲ ସର୍ଭେ ରିପୋର୍ଟ ସମ୍ନାକୁ ଆସିବା ପରେ ରାଜନୀତିରେ ଛନକା ପସିଛି । କିନ୍ତୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଏନେଇ ବିଲକୁଲ ବେଫିକର ନଜର ଆସିଛନ୍ତି । ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ନେଇ ଅନ୍ୟ ରାଜ୍ୟର ନେତାମାନେ ଚିନ୍ତାରେ ଥିବା ବେଳେ ରମଣ ସିଂ ନିଜ ଭବନରେ ବେଶ୍ ଆରାମରେ ତିନିଦିନ କାଟିବା ପରେ ଆଜି ସେ ତାଙ୍କ ସ୍ତ୍ରୀ ଏବଂ ପୁଅ ବୋହୁଙ୍କ ସହ ଫିଲ୍ମ ଯାଇଥିବା ସୂଚନାରୁ ପ୍ରକାସ ପାଇଛି ।
ଏକ୍ଜିଟ ପୋଲ୍ କହୁଛି ଯେ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ। ଛତିଶଗଡରେ ବିଜେପିକୁ ଅଧିକ ଲୋକ ସମର୍ଥନ ମିଲିଥିବା ଆଶା କରାଯାଉଥିଲେ ହେଁ କଂଗ୍ରେସ ମଧ୍ୟ ଜିତିବାର ଆସଙ୍କା ରହିଛି । କିନ୍ତୁ ଏହାର ପ୍ରଭାବ ଆଦୌ ଛତିଶଗଡର ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହଙ୍କ ଉପରେ ପଡିନାହିଁ। ସେ ଏକଦମ୍ ଆତ୍ମବିଶ୍ୱାସୀ ଅଛନ୍ତି ଭାଜପା ପୁନର୍ବାର ଛତିଶଗଡରେ କ୍ଷମତାକୁ ଆସିବ।

ସୂଚନା ଅନୁଯାୟୀ, ଛତିଶଗଡର ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିଲେ। ଏହି ସମୟରେ କୌଣସି ସରକାରୀ କାମ କରିନାହାଁନ୍ତି। ଖାଲି ସେତିକି ନୁହେଁ ଡକ୍ଟର ରମଣ ସିଂହ ନିଜର ପିତ୍ନୀ,ପୁଅ ଓ ବୋହୂଙ୍କ ସହିତ ଫିଲ୍ମ ବି ଦେଖିବାକୁ ଗଲେ। ସେ ଏହି ସମୟରେ ସେ କେତେକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। କନ୍ନଟ ପ୍ଲେସରେ ଥିବା ହନୁମାନ ମନ୍ଦିରରେ ଡ଼ ରମଣ ସିଂହଙ୍କୁ ଦେଖିବାକୁ ମିଳିଥିଲା। ଛତିଶଗଡରେ ପୁଣିଥରେ ଭାଜପା କ୍ଷମତାକୁ ଫେରିବ ବୋଲି ଭାଜପା ବିଧାୟକ ତଥା ମୁଖପାତ୍ର ଶିବରତନ ଶର୍ମା କହିଛନ୍ତି। ଡକ୍ଟର ରମଣ ସିଂହ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।