ଧର୍ମସଭାରେ ମୋଦିଙ୍କୁ ଚେତାବନୀ ! ପ୍ରତିଶ୍ରୁତି ପୂରଣ କର, ନହେଲେ ସତ୍ତାକୁ ଆସିବାର ସ୍ୱପ୍ନ ପରିତ୍ୟାଗ କର

237

କନକ ବ୍ୟୁରୋ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦାବିରେ ଦିଲ୍ଲୀରେ ଏକାଠି ହୋଇଛନ୍ତି ଲକ୍ଷାଧିକ ସାଧୁସନ୍ଥ । ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦ ଆଜି ଦିଲ୍ଲୀର ରାମଲୀଲା ମଇଦାନରେ ଧର୍ମସଭାର ଆୟୋଜନ କରିଛି । ତେବେ ଏହି ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲାଖୋଲି ଚତୋବନୀ ଦିଆଯାଇଛି । ଧର୍ମସଭାରରେ ଉଦବୋଧନ ଦେଇ ସ୍ୱାମୀ ପରମାନନ୍ଦ ଜୀ ମୋଦିଙ୍କୁ ଚେତାବନୀ ଦେଇଛନ୍ତି । ମୋଦି ରାମ ମନ୍ଦିର ନିର୍ମାଣ କରିବାର ପ୍ରତିଶ୍ରୁତି ପୂରଣ ନକଲେ, ତାଙ୍କୁ ଆଉ ଶାସନକୁ ଆସିବାକୁ ଦିଆଯିବ ନାହିଁ ।

ସୂଚନାଯୋଗ୍ୟ ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଚାପ ପକାଇବା ପାଇଁ ରାମଲୀଳା ମୈଦାନରେ ଧର୍ମସଭା କରୁଛି ବିଶ୍ୱହିନ୍ଦୁ ପରିଷଦ । ସରକାର ଏଥିପାଇଁ ତୁରନ୍ତ ଅଧ୍ୟାଦେଶ ଆଣନ୍ତୁ ବୋଲି ଦାବି କରିଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ । ଏହି ଧର୍ମସଭାରେ ୨ଲକ୍ଷରୁ ଉର୍ଦ୍ଧ ଲୋକ ସାମିଲ ହୋଇଛନ୍ତିି ବୋଲି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି । ବିଶ୍ୱହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି କିଛି ଲୋକଙ୍କ ପାଇଁ ରାମମନ୍ଦିର ନିର୍ମାଣ ପାଇଁ ପ୍ରାଥମିକତା ଥାଇ ନପାରେ କିନ୍ତୁ ଦେଶର ଏହା ପ୍ରାଥମିକତା । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।