ଧୋନୀଙ୍କ ଗଡରେ ‘ହିଟମ୍ୟାନ୍’ । ଆଜି ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ୍ ଲଢେଇ ।

114

କନକ ବ୍ୟୁରୋ : ଆଜି ଆଇପିଏଲରେ ହାଇଭୋଲଟେଜ୍ ଲଢେଇ । ଆଇପିଏଲର ୪୪ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସର୍ବାଧିକ ଥର ଚାମ୍ପିୟନ ହୋଇଥିବା ଦୁଇ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇର ଏମ.ଏ.ଚିଦାମ୍ବରମ୍ ଷ୍ଟାଡିୟମରେ ରାତି ୮ଟାରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ ।

ପଏଣ୍ଟ ଟେବୁଲରେ ୧୬ ପଏଣ୍ଟ ପାଇ ପ୍ଲେ-ଅଫରେ ଚେନ୍ନାଇ ନିଜ ସ୍ଥାନ ପକା କରିସାରିଥିବା ବେଳେ, ମୁମ୍ବାଇ ବିପକ୍ଷରେ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ସେପଟେ ୧୦ଟି ମ୍ୟାଚ ଖେଳି ୧୨ ଅଙ୍କ ହାସଲ କରିଥିବା ମୁମ୍ବାଇ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁଦୃଢ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଦୁଇ ଦଳରେ ତାରକା ଖେଳାଳୀ ରହିଥିବା ବେଳେ ଫର୍ମରେ ଅନେକ ଖେଳାଳୀ ଥିବାରୁ ଆଜି ଏକ ଦମଦାର ଫାଇଟ୍ ଦେଖିବାକୁ ମିଳିପାରେ ।

ସମ୍ଭାବ୍ୟ ଦଳ (ଚେନ୍ନାଇ) : ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ), ସେନ୍ ୱାଟସନ୍, ଫାଫ୍ ଡୁପ୍ଲେସିସ, ସୁରେଶ ରାଇନା, ଅମ୍ବାତି ରାଇଡୁ, କେଦାର ଯାଦବ, ରବିନ୍ଦ୍ର ଜାଡେଡା, ଡ୍ୱେନ୍ ବ୍ରାଭୋ, ହରଭଜନ ସିଂହ, ଦୀପକ ଚହର, ଇମ୍ରାନ ତାହିର ।

ସମ୍ଭାବ୍ୟ ଦଳ (ମୁମ୍ବାଇ) : ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡିକକ୍, ସୂର୍ଯ୍ୟ କୁମାର ଯାଦବ, ଇଷାନ କିଷାନ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃର୍ଣ୍ଣାଲ ପାଣ୍ଡ୍ୟା, ରାହୁଲ ଚହର, ଜସନ ବେହ୍ରେନଡ୍ରଫ୍, ଜସପ୍ରିତ ବୁମରା, ଲସିଥ ମାଲିଙ୍ଗା ।