ଚେଙ୍କ ଚିକିତ୍ସାର ଭୟଙ୍କର ପରିଣତି : କୋମଳମତି ଶିଶୁର ଜୀବନ ନେଲା ଚେଙ୍କ

41

ନବରଂଗପୁର : ଚେଙ୍କ ଯନ୍ତ୍ରଣାରେ ଛଟଛଟ ହୋଇ ଶେଷରେ ନିସ୍ତେଜ ଯାଇଯାଇଛି ଏହି କଅଁଳ ଶିଶୁ । ସବୁ ଦିନ ପାଇଁ ଆଖିବୁଜି ଦେଇଛି ନିଷ୍ପାପ ଶିଶୁପୁତ୍ର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉପାନ୍ତ ନବରଂଗପୁର ଜିଲ୍ଲାର ଭାରଶୁଣ୍ଡି ଗାଁରେ । ୨ ମାସର ଶିଶୁ ଆକାଶ ଗୋଣ୍ଡା । ସାମାନ୍ୟ କାଶ,ଥଣ୍ଡାରୁ ଅସୁସ୍ଥ ହୋଇପଡ଼ିଥିଲେ । ହେଲେ ଡାକ୍ତରୀ ଚିକିତ୍ସା କରିବା ପରିବର୍ତେ ମା’ ବାଛି ନେଲେ ଚେଙ୍କ ଚିକିତ୍ସାର ବାଟ ।

କାଶ,ଥଣ୍ଡା ହେବାରୁ ପୁଅର ଚିକିତ୍ସା ପାଇଁ ଭାଲିଆ ମଂଜିକୁ ଗରମ୍ କରି ଚେଙ୍କ ଦେଇଥିଲେ ନିଜ ଜନ୍ମକଲା ମା’ । ଯନ୍ତ୍ରଣାରେ ଛଟପଟ ହେଲେ ସିନା, କାଶଥଣ୍ଡା କମିଲାନି । ଶେଷରେ ଗୁରୁତର ଅବସ୍ଥାରେ ନେଇ ଆସିଲେ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ । ହେଲେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ଫେଲ ହେଲା । ଆଉ ଠିକରେ ଜୀବନର ଆଲୁଅ ଦେଖିନଥିବା ଆକାଶଙ୍କ ପାଇଁ ସବୁ ଦିନ ପାଇଁ କଳାମେଘ ଢ଼ାଙ୍କି ଦେଲା ।

ଚେଙ୍କ ଚିକିତ୍ସା ଘଟିଛି ସେହି ଜିଲ୍ଲାରେ ଯେଉଁ ଜିଲ୍ଲାର ଜିଲ୍ଲାପାଳ ଚେଙ୍କ ପ୍ରତି ଲୋକଙ୍କୁ ସଚେତନା କରିବା ପାଇଁ ପୁରସ୍କାର ନେଉଛନ୍ତି, ବାଃବାଃ ସାଉଁଟୁଛନ୍ତି । ହେଲେ ଗୋଟିଏ ପରେ ଗୋଟିଏ ଏମିତି ଘଟଣା ସାମ୍ନାକୁ ଆସୁଛି ।