ଶୁଖୁଆରେ ବିଷ ! ଅଧିକ ଦିନ ତାଜା ରଖିବାକୁ ମିଶାଯାଉଛି ଫରମାଲିନ୍ ଏସିଡ୍ , ହୋଇପାରେ କ୍ୟାନ୍ସର୍

102

କନକ ବ୍ୟୁରୋ : ପଖାଳ ସାଙ୍ଗକୁ ଶୁଖୁଆର ମଜା ନିଆରା । ଟିକେ ଶୁଖୁଆ ହୋଇଗଲେ ଆରାମରେ ପଖାଳ କଂସା ଉଠିଯାଏ । କିନ୍ତୁ ଶୁଖୁଆ ପ୍ରେମୀଙ୍କ ପାଇଁ ଏକ ଆସିଛି ଖରାପ ଖବର । ଆପଣ ଖାଉଥିବା ଶୁଖୁଆରେ ମିଶୁଛି ବିଷ । ଅଧିକ ଦିନ ତାଜା ରଖିବା ପାଇଁ ରାସାୟନିକ ଫରମାଲିନ କେମିକାଲ ଶୁଖୁଆରେ ମିଶାଯାଉଛି । ଏହି ବିଷାକ୍ତ କେମିକାଲ ଶୁଖୁଆରେ ମିଶିବା ପରେ ଏହା ବିଷାକ୍ତ ହୋଇଯାଇଥାଏ । ଯାହା କହିଲେ ଶରୀର ପାଇଁ କ୍ଷତିକାରକ । କ୍ୟାନସର ପରି ରୋଗରେ ବି ଆକ୍ରାନ୍ତ ହୋଇପାରନ୍ତି । ନିକଟରେ କୋଲକତାରୁ ବସ ଯୋଗେ ବ୍ୟାରେଲ ବ୍ୟାରେଲ ଫରମାଲିନ ଇଫେକୋ ଛକ ନିକଟରୁ ଖବର ପାଇ ଜବତ କରିଥିଲା ପୁଲିସ ।

କିଛି ଦିନ ତଳେ ପାରାଦୀର ଜଣେ ଶୁଖିଆ ବ୍ୟବସାୟୀ ଦୁଇ ଟ୍ରକ ଶୁଖିଆ ବାହାରକୁ ପଠାଇଥିଲେ । ଯାହାର ମୂଲ୍ୟ ୧୫ ଲକ୍ଷ ହେବ । ତେବେ ଲାବ୍ରୋଟୋରିରେ ଟେଷ୍ଟ ପରେ ଏଥିରେ ବିଷାକ୍ତ କେମିକାଲ ମିଶିଥିବା ଜଣାପଡିଥିଲା । କିନ୍ତୁ ଫରମାଲିନ ଏସିଡ ଶୁଖୁଆରେ ମିଶିବାକୁ ଅସ୍ୱୀକାର କରୁଛନ୍ତି ଖୁଚୁରା ବ୍ୟବସାୟୀ ଓ ଓଡିଶା ସାମୁଦ୍ରିକ ମତ୍ସ ଉତ୍ପାଦକ ସଂଘ ।

ଏହି ବିଷାକ୍ତ ଶୁଖୁଆ ଖାଇ କେତେବେଳେ କାହାର ଜୀବନ ବି ଯାଇପାରେ । ବିଷାକ୍ତ କେମିକାଲ ପ୍ରୟୋଗକୁ ବନ୍ଦ କରାନଗଲେ ରାଜାରାସ୍ତାକୁ ଓହ୍ଲାଇବ ଆଖଣ୍ଡଳମଣି ବଣିକ ସଂଘ ।