୧୦୦ କୋଟିର ସମ୍ପତ୍ତି ଛାଡି ସନ୍ଥ ବନିଲେ ୨୪ ବର୍ଷୀୟ ଯୁବକ : ଆସନ୍ତୁ ଜାଣିବା ସିଏରୁ ସନ୍ଥ ହେବାର କାହାଣୀ

53

ମହାରାଷ୍ଟ୍ର କୋହ୍ଲାପୁରର ୨୪ ବର୍ଷୀୟ ସିଏ ମୋକ୍ଷେଷ ଶାହ ହେଲେ ଜୈନ ଭିକ୍ଷୁକ । ପ୍ରକୃତରେ ସେ ଜଣେ ଗୁଜରାତି ଓ ସେ ୨୦ ଏପ୍ରିଲରେ ଅହମଦାବାଦର ଆମିୟାପୁରରେ ଜୈନ ଦୀକ୍ଷା ନେବେ । ତାଙ୍କର ଆଲୁମିନିୟମର ବ୍ୟବସାୟ ଅଛି ।

ପାଖାପାଖି ୧୦୦ କୋଟି ଟଙ୍କାର ବ୍ୟବସାୟ ସମ୍ଭାଳୁଥିବା ମୋକ୍ଷେଷଙ୍କ କହିବାନୁସାରେ ସେ ସିଏ ହେବା ପରେ ୨ ବର୍ଷ ବିଜନେସ କରିଥିଲେ, କିନ୍ତୁ ସେ ଟଙ୍କା ନୁହେଁ ବରଂ ପୂଣ୍ୟ ବଢ଼ାଇବା ପାଇଁ ଚାହୁଁଥିଲେ । ସେଥିପାଇଁ କୋଟି କୋଟି ସମ୍ପତ୍ତିର ବିଜନେସ ଛାଡି ଜୈନ ଧର୍ମ ଗ୍ରହଣ କରିବାର ନିଷ୍ପତ୍ତି ନେଲେ । ଆମେ ଜଣାଇରଖୁଛୁ ଯେ ମୋକ୍ଷେଷ ତାଙ୍କ ପରିବାର ପ୍ରଥମ ସଦସ୍ୟ ଯିଏକି ଜୈନ ଦୀକ୍ଷା ନେବେ ।

ସୂଚନାଯୋଗ୍ୟ, ମୋକ୍ଷେଷ ଦୁଇ ଦୁଇ ଥର ମୃତ୍ୟୁମୁଖରୁ ବଂଚି କି ଆସିଛନ୍ତି । ପ୍ରଥମ ଥର ସେ ଜାୱେରୀ ବ୍ଲାଷ୍ଟ ଓ ଦ୍ୱିତୀୟ ଥର ପୁଣେ-ମୁମ୍ବାଇ ଏକ୍ସପ୍ରେସ ହାଇୱେର ଗୋଟିଏ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଦୁଇ ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିଲା ଓ ସେଥିପାଇଁ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଭଲ କର୍ମ କରିବା ପାଇଁ ଆଗଭର ହେଲେ । ସୂଚନା ମୁତାବକ, ଅହମଦାବାଦ ନିକଟସ୍ଥ ଆମିୟାପୁରର ତପୋବଲ ସଂସ୍କାରପୀଠ ରେ ରତ୍ନ ମୁନିରାଜ ଜିନପ୍ରେମବିଜୟ ଜି ମହାରାଜ ମୋକ୍ଷେଷଙ୍କୁ ଦୀକ୍ଷା ଦେବେ ।