ଡ୍ରଗ୍ସ ରାକେଟରେ ଫସିଥିଲେ ଟଲିଉଡ଼ର ଲୋକପ୍ରିୟ ନାୟିକା ଚାର୍ମୀ କୌର ! ଏବେ ହାଇକକୋର୍ଟରୁ ମିଳିଲା ଆଶ୍ୱସ୍ତି

111

ହାଇଦ୍ରାବାଦ ଡ୍ରଗ୍ସ ରାକେଟରେ ଅଭିନେତ୍ରୀ ଚାର୍ମୀ କୌରଙ୍କ ନାମ ଆସିବା ପରେ ଟଲିଉଡ଼ ସିନେ ଜଗତରେ ହଲଚଲ ସୃଷ୍ଟି ହୋଇଥିଲା । ଚାର୍ମିୀ କୌର ଦକ୍ଷିଣୀ ସିନେମାର ଜଣେ ଜଣାଶୁଣା ଚେହେରା । ହାଇଦ୍ରାବଦରେ ଡ୍ରକ୍ସ ରାକେଟର ପର୍ଦ୍ଦାଫାଶ ହେବା ପରେ ଯାଞ୍ଚ ସମୟରେ ଚାର୍ମି କୌରଙ୍କ ନାଁ ସାମ୍ନାକୁ ଆସିଥିଲା । ତାଙ୍କୁ ଯେତେବେଳେ ଶମନ ପଠାଗଲା, ପଚରାଉଚରା ଯୋଗୁଁ ତାଙ୍କୁ ଛବି ବିଗିଡ଼ିବ ବୋଲି ସେ ହାଇକୋର୍ଟରେ ଅପିଲ କରିଥିଲେ । ଏବେ ପୁଣି ଥରେ ଚର୍ଚ୍ଚାରେ ଚାର୍ମି କାରଣ ହାଇକୋର୍ଟ ତାଙ୍କୁ ଏ କେସରୁ ଆଶ୍ୱସ୍ତି ଦେଇଛି ।

ହାଇଦ୍ରାବାଦ ଡ୍ରଗ୍ସ ରାକେଟର ମୁଖ୍ୟ ଆରୋପୀ କେବ୍ଲିନ ସହ ଅନେକ ବଡ଼ ବଡ଼ ଟଲିଉଡ଼ ହସ୍ତୀଙ୍କ ନାମ ଯୋଡ଼ି ହେଉଥିବାର ଖବର ଆସିଥିଲା । ଉକ୍ତ ହସ୍ତୀଙ୍କ ମଧ୍ୟରେ ଚାର୍ମୀ କୌରଙ୍କ ନାଁ ମଧ୍ୟ ଆସିଥିଲା । ଏବେ ପର୍ଯ୍ୟନ୍ତ ୪୦ ଟଲିଉଡ଼ ଓ କିଛି ବଲିଉଡ଼ ସିନେମାରେ କାମ କରି ସାରିଛନ୍ତି ଚାର୍ମୀ । ସେ ଅମିିତାଭ ବଚ୍ଚନଙ୍କ ସହ ‘ବୁଢ଼ା ହୋଗା ତେରା ବାପ’ ସିନେମାରେ ନଜର ଆସିଥିଲେ । ଏହି ସିନେମା ଜରିଆରେ ସେ ବଲିଉଡ଼ରେ ପ୍ରବେଶ କରିଥିଲେ । ଚାର୍ମୀ କୌରଙ୍କୁ ତାଙ୍କର ଅଭିନୟ ଦକ୍ଷତା ପାଇଁ ଅନେକ ପୁୁରସ୍କାର ମଧ୍ୟ ମିଳିଛି । ତେଲୁଗୁ ସିନେମା ‘ମନ୍ତ୍ରା’ ପାଇଁ ଚାର୍ମୀଙ୍କୁ ବେଷ୍ଟ ଆକ୍ରେଟ ଆୱ୍ୱାର୍ଡ଼ ମଧ୍ୟ ମିଳିଛି ।