ଓଡିଶା ସରକାରଙ୍କ କାମ ଅନୁଧ୍ୟାନ କରିବାକୁ ଆସିଲେ ମୋଦିଙ୍କ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ! କାଲି ବରଗଡ଼ ଯାଇ ମରୁଡି ଓ ରୋଗପୋକ ଜନିତ ଫସଲହାନୀର କରିବେ ଅନୁଧ୍ୟାନ

26

କନକ ବ୍ୟୁରୋ: ରାଜ୍ୟରେ ମରୁଡି ଓ ରୋଗପୋକ ପରିସ୍ଥିତିର ଅନୁଧ୍ୟାନ ପାଇଁ ଓଡିଶାରେ ପହିଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମ ଦୁଇ ଦିନି ଧରି ଓଡିଶାରେ ରହିବେ । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ବୌଦ୍ଧ, ସୂବର୍ଣ୍ଣପୁର ଓ ବରଗଡ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କେନ୍ଦ୍ର କୃଷିରାଷ୍ଟ୍ରମନ୍ତ୍ରୀ କହିଛନ୍ତି, କୃଷକ ସମସସ୍ତଙ୍କ ଅନ୍ନଦାତା । ଏବେ ଓଡିଶାର ୧୪ ଜିଲ୍ଲାରେ ଭୟାନକ ମରୁଡି ପଡିଛି ।

କୃଷି ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ବହୁତ ବଡ଼ ସହାୟତା ରାଶି ଦେଉଛି । ଚାଷୀର ସମସ୍ୟାକୁ ଭଲ ଭାବେ ବୁଝି ରାଜ୍ୟ ସରକାରଙ୍କୁ ଅଧିକ ସହେଯାଗ କରିବା ପାଇଁ ଓଡିଶା ଆସିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଆସନ୍ତାକାଲି ବରଗଡ଼ ଯାଇ କେନ୍ଦ୍ରିୟ ଟିମ୍ ରୋଗପୋକ ଜନିତ ଫସଲହାନୀ ହୋଇଥିବା ଚାଷ ଜମିର ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ କଳାପାଣି ଯାଇ ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିବେ । ଏହା ସହ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ନେଇ ସମ୍ଭାବନା ରହିଛି । ତେବେ କୃଷି ରଷ୍ଟ୍ରମନ୍ତ୍ରୀଙ୍କ ସହ କୃଷି ବୈଜ୍ଞାନିକ ମଧ୍ୟ ଏହି ଗସ୍ତରେ ସାମିଲ ହେବେ ।