ମହଙ୍ଗାରୁ ମିଳିବ ମୁକ୍ତି, ଶସ୍ତା ହେବ ସାମଗ୍ରୀ ! ଜିଏସଟିକୁ ନେଇ ହୋଇପାରେ ବଡ ଘୋଷଣା ।

26

ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ‘ଜିଏସଟି’କୁ ଚଳିତ ଜୁଲାଇ ମାସରେ ୧ ମାସ ପୁରିବ । ଏହା ପୂର୍ବରୁ ସରକାର ଜିଏସଟିକୁ ନେଇ ଏକ ବଡ ଘୋଷଣା କରିପାରନ୍ତି । କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତେବେ ଆଶା କରାଯାଉଛି ଯେ, ଏହି ଘୋଷଣା କେତେକ ଜିନିଷର ଟ୍ୟାକ୍ସ ରେଟ କମାଇବାକୁ ନେଇ ହୋଇପାରେ । ଯଦି ଏପରି ହୁଏ ତେବେ ସାଧାରଣ ଜନତାଙ୍କ ପାଇଁ ସାମଗ୍ରୀ ଗୁଡିକ ଶସ୍ତା ହୋଇପାରିବ ।

ଦିଲ୍ଲୀ ଏସଏମଇ ଫାଇନାନ୍ସ ସମିଟର ୭ମ ସଂସ୍କରଣରେ ଯୋଗ ଦେଇ କେନ୍ଦ୍ର ଶକ୍ତିମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା ଏହି ସୂଚନା ଦେଇଛନ୍ତି । ସିଆଇଆଇର ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଖୁବ ଶୀଘ୍ର ଜିଏସଟିକୁ ନେଇ ସରକାର ଏକ ବଡ ଘୋଷଣା କରିପାରନ୍ତି । ସେ କହିଛନ୍ତି ଯେ, ଜିଏସଟି ପରିଷଦ ଅନେକ ସାମଗ୍ରୀର ଟ୍ୟାକ୍ସ ଦର କମ କରିବା ନିମନ୍ତେ ବିଚାର କରୁଛନ୍ତି । ଖୁବ ଶୀଘ୍ର ସରକାରଙ୍କ ପକ୍ଷରୁ ଏସମ୍ବନ୍ଧରେ କୌଣସି ଘୋଷଣା କରାଯାଇପାରେ । କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ବୟାନ ପରେ ପେଟ୍ରୋଲ ଏବଂ ଡିଜେଲକୁ ମଧ୍ୟ ଜିଏସଟି ଅନ୍ତର୍ଭୁକ୍ତ କରିଯିବା ନେଇ ଆଶା କରାଯାଉଛି ।

ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଥିଲେ ଯେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟିି ଅନ୍ତର୍ଭୁକ୍ତ କରିଯିବା ନେଇ ପ୍ରୟାସ ଜାରି ରହିଛି । ଏହା ପୂର୍ବରୁ ଜାନୁଆରୀ ମାସରେ ଜିଏସଟି ପରିଷଦ ୫୪ଟି ସେବା ଏବଂ ୨୯ଟି ସାମଗ୍ରୀକୁ ଜିଏସଟି ରେଟରେ କମ୍ କରାଯାଇଥିଲା । ତେବେ ସରକାର କେବେ ଏହି ବଡ ଘୋଷଣା କରିବେ ଏବଂ ଏହା ସାଧାରଣ ଜନତାଙ୍କୁ କେତେ ଫାଇଦା ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।