କନ୍ଧମାଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୧୪ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ବଦଳି କରାଯିବା ସହ ୬ ସସପେଣ୍ଡ, ସିସିଟିଭି ନଜରରେ ରହିବ ଛାତ୍ରୀ ନିବାସ

349

କନକ ବ୍ୟୁରୋ: କନ୍ଧମାଳ କୁମାରୀ ମାତୃତ୍ୱ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୪ ଜଣ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଛି । ଏହା ସହ ୪ଜଣଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ୬ ଜଣଙ୍କୁ ବହିଷ୍କାର କରାଯାଇଛି । ସେପଟେ ଆଦିବାସୀ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଯେ, ହଜାରେ ଆଦିବାସୀ ଛାତ୍ରୀ ନିବାସରେ ସିସିଟିଭି ଲଗାଯିବ । ଏନେଇ ଟେଣ୍ଡର ପ୍ରକିୟା ସରିଛି । ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା ।

ସେପଟେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । କୁମାରୀ ମାଆ ସହ ଶିଶୁ କନ୍ୟାକୁ ମେଡିକାଲରେ ଭର୍ତି କରାଯାଇଥିଲା । ଏହି ଘଟଣାରେ ଗତକାଲି ୩ଜଣଙ୍କୁ ନିଲମ୍ବନ ଓ ୬ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ ଜିଲ୍ଳାପାଳ । ଦାରିଙ୍ଗିବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେବା ଖବର ପ୍ରଚାର ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସେପଟେ ପୀଡିତାଙ୍କ ବୟାନ ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ୍ ।

ପୁଲିସ ସୂଚନା ଅନୁସାରେ ନାବାଳିକା ଜଣକ ୭ ମାସ ତଳେ ଗାଁକୁ ଯାଇଥିଲେ । ସେହି ସମୟରେ ଛାତ୍ରୀଙ୍କୁ ଗାଁ ଚର୍ଚ୍ଚ ନିକଟରେ ଅଭିଯୁକ୍ତ ଶ୍ରବଣକୁମାର ପ୍ରଧାନ ଦୁଷ୍କର୍ମ କରିଥିଲେ । ଆଉ ଏସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତ ଧମକ ଦେଇଥିବା କନ୍ଧମାଳ ଏସପି ଗଣମାଧ୍ୟମ ଆଗରେ କହିଥିଲେ ।