ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗ : ୭ ଦିନ ଭିତରେ ଖାତାର ନକଲ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

22

କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗରେ ୭ ଦିନ ଭିତରେ ପରୀକ୍ଷା ଖାତାର ନକଲ ଦେବାକୁ ସିବିଏସଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁନଃ ମୂଲ୍ୟାୟନକୁ ଚ୍ୟାଲେଂଜ୍ କରି ସିବିଏସଇ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା । ରିଟ୍ ପିଟିସନର ପରବର୍ତ୍ତୀ ଶୁଣାଣି ଜୁନ୍ ୨୩ରେ ହେବ । ସେପଟେ କାଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବେ ଅଭିଭାବକ ସଂଘ । ଏ ନେଇ ଆଜି ଅଭିଭାବକ ସଂଘ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।

ଏପଟେ ସିବିଏସଇ ବିରୋଧରେ ଗତକାଲି ନିଜ ଆଡୁ ମାମଲା ରୁଜୁ କରିଛନ୍ତି ହାଇକୋର୍ଟ । ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗରେ ଅଦାଲତ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ମାମଲା ରୁଜୁ ହୋଇଛି । ସିବିଏସଇ ଦିଲ୍ଲୀ ମୁଖ୍ୟାଳୟ ଯୁଗ୍ମ ସଚିବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଯୁଗ୍ମ ସଚିବଙ୍କୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।