ସିବିଏସଇ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗ : ହାଇକୋର୍ଟରେ ରିଭ୍ୟୁ ପିଟିସନ କଲା ସିବିଏସଇ

35

କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗ । ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛି ସିବିଏସଇ । ଏଣିକି ପୁନଃ ମୂଲ୍ୟାୟନ ନୁହେଁ ପୁନଃ ଯାଂଚ ପାଇଁ ପିଟିସନ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୮ ଛାତ୍ରଛାତ୍ରୀଙ୍କ ଖାତାର ପୁନଃ ମୂଲ୍ୟାୟନ ପରେ ରାତି ଅଧରେ କର୍ତ୍ତୃପକ୍ଷ ମେଲ୍ ମାଧ୍ୟମରେ ମାର୍କସିଟ୍ ପଠାଇଥିଲେ ଯାହାକୁ ନେଇ ସିବିଏସଇ ଅଡୁଆ ବଢୁଛି ।

ପୁନଃ ମୂଲ୍ୟାୟନରେ କିଛି ପିଲାଙ୍କ ମାର୍କ କମିଥିବା ବେଳେ ଆଉ କିଛି ପିଲାଙ୍କ ନମ୍ବର ବଢିଛି । ଆଉ କିଛି ପିଲାଙ୍କ ନମ୍ବର ଅପରିବର୍ତ୍ତିତ ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାତିଅଧିଆ ମେଲରେ ସଂଶୋଧିତ ମାର୍କ ଆସିବା ପରେ ହତାଶ ଓ ନିରାଶ ହେବା ପରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଛାତ୍ରୀ । ଆତ୍ମହତ୍ୟା ଉଦ୍ୟମ କରିଥିଲେ ସିବିଏସଇ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନୀଳିମା ପ୍ରିୟଦର୍ଶିନୀ ବଳ । ଆଗାମୀ ୧୭ ତାରିଖରେ ଅଭିଭାବକମାନେ ଭୁବନେଶ୍ୱରରେ ଏକାଠି ହୋଇ ଏକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି ।