ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ! ୯୮.୪ ପ୍ରତିଶତ ନମ୍ବର ରଖି ସୌମ୍ୟା ସମ୍ଭବୀ ଓଡିଶା ଟପ୍ପର

45

କନକ ବ୍ୟୁରୋ : ପାଠ ପଢ଼ିବ ତ ଏମିତି । ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ । ନୋଇଡାର ରକ୍ଷା ଗୋପାଳ ଦେଶରେ ପ୍ରଥମ ସ୍ଥାନ ଅଧିକାର ରଖିଛନ୍ତି । ୯୯.୬ ପ୍ରତିଶତ ମାର୍କ ରଖି ଦେଶରେ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡର ଭୂମି ସାୱନ୍ତ ଅଛନ୍ତି । ଦେଶରେ ଚଳିତବର୍ଷ ଭୁବନେଶ୍ୱର ଜୋନରେ ମୋଟ ୫୮ ହଜାର ୯୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଓଡିଶାର ସାଇ ଇଂଟରନ୍ୟାସନାଲ ସ୍କୁଲର ସୌମ୍ୟ ସମ୍ଭବୀ ୯୮ ଦଶମିକ ୪ ପ୍ରତିଶତ ମାର୍କ ରଖି ବାଣିଜ୍ୟରେ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନରେ ପ୍ରତୀକ କୁମାର ସାହୁ ୯୮ଦଶମିକ୍ ୨ପ୍ରତିଶତ ମାର୍କ ରଖି ଭୁବନେଶ୍ୱର ଜୋନରେ ଟପ୍ପର ହୋଇଛନ୍ତି ।  ଓଡିଶାରୁ ୧୫ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏହା ଭିତରେ ୯ହଜାର ୧୦୨ ଛାତ୍ର ଓ ୬ହଜାର ୧୭୬ଜଣ ଛାତ୍ରୀ ଥିଲେ । ସେହିପରି ପଶ୍ଚିମବଙ୍ଗରୁ ୨୩ ହଜାର ଓ ଛତିଶଗଡରୁ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସାରା ଦେଶରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ।