ସିସୋର ମୁଖ୍ୟ ପ୍ରଶାନ୍ତଙ୍କୁ ସିବିଆଇର ମାରାଥନ ଜେରା

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଝାରପଡା ଜେଲରେ ସିସୋର ମୁଖ୍ୟଙ୍କୁ ସିବିଆଇର ମାରାଥନ ଜେରା । ସିସୋର ଚିଟଫଣ୍ଡ ମହାଠକେଇ ମାମଲାରେ ପ୍ରଶାନ୍ତ ଦାସଙ୍କୁ ଝାରପଡା ଜେଲ ଭିତରେ ଅଢେଇ ଘଂଟା ଧରି ଜେରା କରିଛି ସିବିଆଇ । ଏହାସହ ତାଙ୍କ ଭାଇ ପ୍ରଭାତ ଦାସ, ମଧ୍ୟସ୍ଥି ଶୁଭଙ୍କର ନାୟକ ସମେତ ସିସୋର ଦୁର୍ନୀତିର ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ  ପଚରାଉଚରା  କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସିବିଆଇ ଏସପି । ସିସୋର ଚିଟଫଣ୍ଡ ମହାଠକେଇ କେଳେଙ୍କାରୀର ତଦନ୍ତ କରୁଥିବା ସିବିଆଇକୁ ଜେରା କରିବା ଲାଗି ୩ ଦିନିଆ ଅନୁମତି ଅନୁମତି ଦେଇଛନ୍ତି  କୋର୍ଟ । ଏହି ୩ ଦିନ ଭିତରେ ସିସୋର ଠକେଇର ବହୁ ଗୁମର ଖୋଲିବା ନେଇ ଉଦ୍ୟମ କରିବ ସିବିଆଇ ଟିମ୍ ।