‘ଗ୍ରୀନ ରେ’ ଏମଡି ସହିରୁଦ୍ଦିନଙ୍କୁ ସିବିଆଇର ଜେରା : ରିମାଣ୍ଡ ଅବଧି ଭିତରେ ଓଡିଶା ଠକେଇ ସମ୍ପର୍କରେ ବହୁ ତଥ୍ୟ ହାସଲ ଲକ୍ଷ୍ୟ

17

କନକ ବ୍ୟୁରୋ : ‘ଗ୍ରୀନ ରେ’ ଏମଡି ମୀର ସହିରୁଦ୍ଦିନଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ସିବିଆଇ । ୬ ଦିନିଆ ରିମାଣ୍ଡ ଅବଧି ଭିତରେ ସଂସ୍ଥାର ଠକେଇ ବାବଦରେ ଅନେକ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ କରିବେ ସିବିଆଇର ତଦନ୍ତକାରୀ ଅଫିସର । ଗ୍ରୀନ ରେ ସଂସ୍ଥା ସାରା ଦେଶରେ ୨ ହଜାର କୋଟି ଟଙ୍କା ଠକେଇ କରିଥିବା ବେଳେ ଓଡିଶାରୁ ଲୁଟିଥିଲା ୫୦୦ କୋଟି ।

ରାଜ୍ୟରେ ୫୨ଟି ବ୍ରାଂଚ ଖୋଲି କଂପାନୀ ୫ ଶହ କୋଟି ଠକି ନେଇଛି । ଏ ସବୁ ଟଙ୍କା କୁଆଡେ ଗଲା ତାକୁ ଖୋଜୁଛି ସିବିଆଇ । ଏହାସହ ମୀର ସହିରୁଦ୍ଦିନଙ୍କ ସହ ପଲିଟିକାଲ୍ ଲିଙ୍କ ରହିଛି କି ନା ତାର ବି ଖୋଳତାଡ କରାଯିବ । ସିବିଆଇ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଆଜି ଛତିଶଗଡ ପୁଲିସ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ମୀର ସହିରୁଦ୍ଦିନଙ୍କୁ ଜେରା କରୁଛି । ଛତିଶଗଡରୁ ଟଙ୍କା ଠକେଇ ନେଇ ପଚରାଉଚରା କରାଯାଉଛି । ଗ୍ରୀନ ରେ ସଂସ୍ଥା ଛତିଶଗଡରେ ୬ରୁ ଅଧିକ ଶାଖା କାର୍ଯ୍ୟାଳୟ ଖୋଲି କୋଟି କୋଟି ଟଙ୍କା ଠକି ନେଇଛି । ମୀର ସହିରୁଦ୍ଦିନଙ୍କ ତିନି ପତ୍ନୀ ଓ ପରିବାର ମଧ୍ୟ ଆଜି ସିବିଆଇରେ ହାଜର ହୋଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ :