ଜୟାପ୍ରଦାଙ୍କୁ ନେଇ ଅଭଦ୍ର ମନ୍ତବ୍ୟ ପରେ ଆଜମ ଖାନଙ୍କ ବିରୋଧରେ ଥାନାରେ ମାମଲା : ଜୟାପ୍ରଦା କହିଲେ ନାକଚ କରାଯାଉ ଆଜମ ଖାନଙ୍କ ପ୍ରାର୍ଥୀତ୍ୱ

116

କନକ ବ୍ୟୁରୋ : ଜୟାପ୍ରଦାକୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ସମାଜବାଦୀର ପାର୍ଟି ନେତା ଆଜମ ଖାନ । ରାମପୁର ଲୋକସଭା ଆସନରୁ ଲଢୁଥିବା ଆଜମ ଖାନ ନିର୍ବାଚନ ପ୍ରଚାର ବେଳେ ଜୟାପ୍ରଦାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଜାତୀୟ ମହିଳା କମିଶନ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ ଆଜମ ଖାନଙ୍କୁ ଆଜି କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି ମହିଳା କମିଶନ ଏବଂ ଆଜମ ଖାନଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ବିଜେପି ପ୍ରାର୍ଥୀ ଜୟାପ୍ରଦା ଅଭଦ୍ର ଟିପ୍ପଣୀ ଦେଇଥିବା ଆଜମ ଖାନାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରିବାକୁ ଦାବି କରିଛନ୍ତି ।

 

ଅନ୍ୟପଟେ ଆଜମ ଖାନ ଜୟାପ୍ରଦାକୁ ନେଇ ସେ କୌଣସି ବୟାନ ଦେଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି । କହିଛନ୍ତି ଜୟପ୍ରଦାଙ୍କୁ ଆକ୍ଷେପ କରି ବୟାନ ଦେଇଥିବା କୌଣସି ବ୍ୟକ୍ତି ପ୍ରମାଣ କରିଦେଲେ ନିର୍ବାଚନ ଲଢିବେ ନାହିଁ । ରାମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜୟପ୍ରଦା । ସେହିପରି ରାମପୁର ଆସନରୁ ମହାଗଠବନ୍ଧନର ପ୍ରାର୍ଥୀ ଭାବେ ମୈଦନାକୁ ଓହ୍ଲାଇଛନ୍ତି ସପାର ଭେଟେରାନ ନେତା ଆଜମ ଖାନ । ରାମପୁରରେ ଏକ ପ୍ରଚାର ସଭାକୁ ସମ୍ବୋଧିତ କରି ଆପତ୍ତିଜନକ ବୟାନ ଦେଇଥିଲେ ଆଜମ ।