କଂଗ୍ରେସରେ ଯୋଗ ଦେଲେ ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ । ମାସକ ତଳେ ବିଜେପିରେ ସାମିଲ ହୋଇଥିଲେ ପତ୍ନୀ ରିୱା ଜାଡେଜା

270

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳୀ ତଥା ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ଭାଜପାରେ ସାମିଲ ହେବାର ଏକ ମାସ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ତାଙ୍କ ବାପା ଏବଂ ଭଉଣୀ । ଗତକାଲି ଗୁଜରାଟର ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କ ଉପସ୍ଥିତରେ ହାତ ଧରିଛନ୍ତି ଜାଡେଜାଙ୍କ ବାପା ଅନିରୁଦ୍ଧ ସିଂ ଏବଂ ଭଉଣୀ ନୌନାବା । ପୂର୍ବରୁ ଜାଡେଜାଙ୍କ ସ୍ତ୍ରୀ ରିୱା ଜାଡେଜା ଭାଜପାରେ ସାମିଲ ହୋଇଥିଲେ।

ଉଲ୍ଲେଖ ଥାଉ କି, କିଛି ଦିନ ତଳେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱା ଜାଡେଜା ବିଜେପିରେ ସାମିଲ ହୋଇଥିଲେ । ରିୱା ହେଉଛନ୍ତି ରାଜକୋଟର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ଏ କ୍ଲାସ କଣ୍ଟ୍ରାକ୍ଟର ହରଦେବ ସିଂହ ସୋଲାଙ୍କିଙ୍କ ଝିଅ । ବଡ କଥା ହେଉଛି ରିୱା ବିଜେପିରେ ଯୋଗଦେଇଥିବାବେଳେ ତାଙ୍କର ଦାଦା ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଟ ନେତା । ତେବେ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇ ଥିବା କହିଥିଲେ ରିୱା ।