ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ୨୦୧୮-୧୯ ଧାନ ସଂଗ୍ରହ ପାଇଁ ନୀତି ଘୋଷଣା । ‘ଆମ ଗାଁ ଆମ ବିକାଶ’ ପାଇଁ ନୂଆ ଗାଇଡ୍ ଲାଇନ ।

90

କନକ ବ୍ୟୁରୋ: ୨୦୧୮-୧୯ ବର୍ଷ ଧାନ ସଂଗ୍ରହ ପାଇଁ ନୂତନ ନୀତି ଘୋଷଣା । ଧାନ ସଂଗ୍ରହର ୩ ଦିନ ଭିତରେ ଚାଷୀଙ୍କୁ ମିଳିବ ଟଙ୍କା । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି । ଖରିଫ ଓ ରବି ଋତୁ ପାଇଁ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୧୮-୧୯କୁ କ୍ୟାବିନେଟର ମୋହର । ଖରିଫ ବିପଣନ ୨୦୧୭-୧୮ ବର୍ଷରେ ଉଭୟ ଖରିଫ ଓ ରବି ଋତୁ ମିଶି ୪୯.୦୬ ଲକ୍ଷ ମେଟ୍ରିକ ଟନର ଧାନ କ୍ରୟ କରାଯାଇଥିଲା । ସେହିଭଳି ଆସନ୍ତା ନଭେମ୍ବର ମାସରୁ ୨୦୧୯ ଏପ୍ରିଲ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବାକୁ ଥିବାବେଳେ ରବି ଧାନ ଆସନ୍ତା ବର୍ଷ ମେ ମାସରୁ ଜୁନ୍ ମାସ ମଧ୍ୟରେ ସଂଗ୍ରହ କରାଯିବ । ସେହି ମର୍ମରେ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ୨୪ ଘଣ୍ଟାରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ପାକ୍ସ ଓ ଲ୍ୟାମ୍ପସ ଜରିଆରେ ଧାନ ସଂଗ୍ରହ କରିବା ଏବଂ ସାଧାରଣ ବଣ୍ଟନ ପାଇଁ ରହିବ ୨୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବୋଲି କ୍ୟାବିନେଟ୍ ରେ ନିଷ୍ପତି ହୋଇଛି ।

paddy priceସେହିପରି ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପାଇଁ ନୂଆ ଗାଇଡ ଲାଇନ କରିବାକୁ କ୍ୟବିନେଟର ନିଷ୍ପତି । ବଜେଟ୍ ରେ ଆମ ଗାଁ ଆମ ବିକାଶ’ ପାଇଁ ୧୨୫୦ କୋଟି ଟଙ୍କା ମଞ୍ଜୁରୀ । ଯାହାକି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେବ । ଆମ ଗାଁ ଆମ ବିକାଶର କୌଣସି କାର୍ଯ୍ୟରେ ଠିକାଦାର ନିଯୁକ୍ତ ହେବେ ନାହିଁ । ପ୍ରତି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ।

cabinetଅନ୍ୟପଟେ କୃଷି ବିଭାଗର କ୍ୟାଡର ପୁନର୍ବିନ୍ୟାସକୁ ମଞ୍ଜୁରୀ ମିଳିଛି । କୃଷି ଅଧିକାରୀ ସେବା କ୍ୟାଡର ନିଯୁକ୍ତି ଓ ପଦୋନ୍ନତି ପାଇଁ ବର୍ତ୍ତମାନ ପ୍ରଚଳିତ ଓଡ଼ିଶା କୃଷି ଖାଦ୍ୟ ଉତ୍ପାଦନ ସେବା ଓ ନିଯୁକ୍ତି ନିୟମ ୨୦୧୨କୁ ପ୍ରତ୍ୟାହାର କରି ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା ଓ ନିଯୁକ୍ତି ନିୟମ ୨୦୧୮କୁ ଲାଗୁ କରିବା ପାଇଁ କ୍ୟାବିନେଟ୍ ରେ ନିଷ୍ପତି ନିଆଯାଇଛି । ଏହି ନୂତନ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କୃଷି ଅଧିକାରୀ-ମାନଙ୍କପାଇଁ ଉଦିଷ୍ଟ ହେବ ।