ଭାରି ପଡିଲା ବସ୍ ଉପରେ ଷ୍ଟଣ୍ଟ୍ କରିବା ! ଗିରଫ ହେଲେ ୨୦ ରୁ ଅଧିକ ଛାତ୍ର , ଦେଖନ୍ତୁ ଭିଡିଓ

527

ବସ୍ ଉପରେ ଷ୍ଟଣ୍ଟ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଚେନ୍ନାଇର ଏକ କଲେଜ ଛାତ୍ରମାନେ ବସ ଉପରେ ଷ୍ଟଣ୍ଟ୍ କରୁଥିବାର ଦେଖିବାକୁ ମିଳିଛି । ଜଣେ କି ଦୁଇ ଜଣ ଛାତ୍ର ନୁହଁନ୍ତି ଏକାସଙ୍ଗେ ୨୦ ରୁ ଅଧିକ ଛାତ୍ର ବସ୍ ଉପରେ ଚଢି ଷ୍ଟଣ୍ଟ୍ କରୁଥିବାର ଦେଖିବାକୁ ମିଳିଛି । ଖରାଛୁଟି ପରେ ଗତକାଲି କଲେଜ ଖୋଲିଥିଲା । ଛାତ୍ରମାନେ କଲେଜ ଯିବା ସମୟରେ ହଠାତ ବସ ଉପରେ ଚଢି କଲେଜ ନାଁରେ ନାରା ଦେବା ସହ ନାଚଗୀତ କରିଥିଲେ ।

ବସର ଡ୍ରାଇଭର ଓ କଣ୍ଡକ୍ଟର ମନା କରିବା ସତ୍ତେ୍ୱ ମଧ୍ୟ ସେମାନଙ୍କ କଥାକୁ କେହି ଶୁଣିନଥିଲେ । ଅନ୍ୟପଟେ ଏହି ସମୟରେ ହଠାତ୍ ବସ ଡ୍ରାଇଭର ଜଣକ ବ୍ରେକ ମାରିବାରୁ ଉପରେ ଚଢିଥିବା ସମସ୍ତ ଛାତ୍ର ତଳକୁ ଖସିପଡିଥିଲେ । ତେବେ ସେହି ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ପାଖାପାଖି ୨୦ ଛାତ୍ରଙ୍କୁ ପୁଲିସ ଗିରଫ କରିଛି ।