ଢେଙ୍କାନାଳ ଗୁଡିଆକାଟେଣି ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୨ ମୃତ,୬ ଗୁରୁତର

30

କନକ ବ୍ୟୁରୋ : ଢେଙ୍କାନାଳ ଗୁଡିଆକାଟେଣିରେ ମର୍ମନ୍ତୁଦ ଦୁର୍ଘଟଣା । ଗୁଡିଆକାଟେଣି  ନାଧେରା ଛକରେ ଟ୍ରକକୁ ପଛରୁ ପିଟିଲା ଯାତ୍ରିବାହୀ ବସ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ।

ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ନାଇଟ୍ କୋଚ୍ ବସ୍ଟି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଘଟାଇଥିବା ନାଇଟ୍ କୋଚ୍ ବସର ନାଁ ସାଇଶ୍ରୁତି ବୋଲି ସୂଚନା ମିଳିଛି । ବସଟି ବଲାଙ୍ଗିରରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-