ପ୍ରଧାନମନ୍ତ୍ରୀଙ୍କ ରାଲିରେ ସାମିଲ ହେବାକୁ ଯାଉଥିଲେ ଛାତ୍ରଛାତ୍ରୀ ! ବାଟରେ ଓଲଟିଲା ବସ୍, ୩୫ ଆହତ ।

334

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସାମିଲ ହେବାକୁ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁଯାୟୀ, ଏହି ବସରେ ଏକ କମ୍ପ୍ୟୁଟର ସେଂଟରର ଛାତ୍ରଛାତ୍ରୀମାନେ ଯାଉଥିଲେ । ବସଟି ଅଧା ରାସ୍ତାରେ ଓଲଟି ପଡିଥିଲା । ବସ ଓଲଟିବା କାରଣରୁ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗଭୀର ଆହତ ଲାଗିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସା କରାଯାଇଥିବା ଜଣାପଡିଛି । ଏହି ଘଟଣା ହିମାଚଳର ସମଲେଟା ଠାରେ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବସରେ ୩୨ଜଣ ବସିବା ପାଇଁ ସିଟ୍ ଉଦ୍ଦିଷ୍ଟ ଥିଲା । କିନ୍ତୁ ଏହି ପ୍ରାଇଭେଟ୍ ବସ ଭିତରେ ୪୫ ଜଣ ଯାତ୍ରା କରୁଥିବା ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଆଜି ହିମାଚଳ ପ୍ରଦେଶରେ ଜୟରାମ ସରକାରଙ୍କ କାର୍ଯ୍ୟକାଳ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଆଜି ଧର୍ମଶାଳାରେ ଏକ ଜନଆଧାର ରାଲିର ଆୟୋଜନ କରାଯାଇଥିଲା । ଆଉ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ ।