ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: ବ୍ରେକ୍ ଫେଲ ହେବାରୁ କଳ୍ପନା ଛକରେ ଗଛରେ ପିଟିହେଲା ବସ, ୭ ଆହତ

35

କନକ ବ୍ୟୁରୋ: ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ । କଳ୍ପନା ଛକ ନିକଟରେ ବସଟି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ବ୍ରେକ ଫେଲ ହୋଇଯାଇଥିବାରୁ ଡ୍ରାଇଭର ଗଛଟିରେ ନେଇ ବସଟିକୁ ପିଟିଦେଇଥିଲେ ।

ଏଥିରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ସେମାନଙ୍କୁ ମେଡକାଲରେ ଭର୍ତ୍ତି କରାଯାଇଛି । ବସଟି ଗଛରେ ପିଟିହୋଇ ଦୁର୍ଘଟଣାଗସ୍ତ ହେବା ପରେ କାଚର ଝରକା ନେଇ ଯାତ୍ରୀମାନେ ବାହାରକୁ ଆସିଥିଲେ । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ ।