କଟକ ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ବସ୍ ! ୨ ମୃତ, ୨ ଆହତ ହୋଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

439

କନକ ବ୍ୟୁରୋ: ଓଲଟିଲା ବସ୍ । ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ଯାତ୍ରୀବାହି ବସ୍ । ୨ ମୃତ ୨ ଆହତ ହୋଇଥିବା ଚୌଦ୍ୱାର ଆଇଆଇସି ସୂଚନା ଦେଇଛନ୍ତି । ଅନୁଗୁଳରୁ କଟକ ଅଭିମୂଖେ ଆସୁଥିବା ବସ୍ ଓଲଟି ପଡ଼ିଛି । ତେବେ ଓଲଟି ପଡ଼ିଥିବା ବସ୍ ଟିର ନମ୍ବର –ଓଆର-୦୫-ବି-୮୪୫୯ ଏବଂ ଏହି ବସର ନାଁ ନେହା ବସ୍ ବୋଲି ଜଣାପଡ଼ିଛି । ବସ୍ ଭିତରେ ଫସି ରହିଛନ୍ତି ଅନେକ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ତେବେ ଉଦ୍ଧାର କାର୍ଯ୍ୟରେ ସ୍ଥନୀୟ ଲୋକ , ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି ।

ସେପଟେ ଆହତଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଉଛି । ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ସ୍ତରରେ ଜଣାପଡ଼ିଛି । ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ରାସ୍ତାରେ ବାଲି ପଡ଼ିଥିବା ଯୋଗୁଁ ବାଲି ଉପରେ ଚଢ଼ିଯାଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି ।